ଯୁକ୍ତ ଦୁଇ ପରୀକ୍ଷାଫଳ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ନୟାଗଡ଼,ବାଲେଶ୍ୱର ଓ ଫୁଲବାଣୀରେ ପାସ୍ ହାର ସର୍ବାଧିକ

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୫୬ ହଜାର ୪୧୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ସେଥିରୁ କୃତକାର୍ଯ୍ୟ ହୋଇଛନ୍ତି ୨ ଲକ୍ଷ ୭୩ ହଜାର ୫୪୪ ଜଣ। ମୋଟ ପାସ୍ ହାର ୭୬.୭୫% ରହିଛି। ବିଜ୍ଞାନରେ ୮୦.୩୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୭୬.୩୧ ଓ ବାଣିଜ୍ୟରେ ୬୯.୪୮% ପାସ୍ କରିଛନ୍ତି। ଏମାନଙ୍କ ମଧ୍ୟରୁ କଳାରେ ନୟାଗଡ଼ରେ […]

resulit-3

Rakesh Mallick
  • Published: Monday, 01 June 2015
  • , Updated: 01 June 2015, 09:46 AM IST

ଭୁବନେଶ୍ୱର: ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଏଥର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୩ ଲକ୍ଷ ୫୬ ହଜାର ୪୧୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ସେଥିରୁ କୃତକାର୍ଯ୍ୟ ହୋଇଛନ୍ତି ୨ ଲକ୍ଷ ୭୩ ହଜାର ୫୪୪ ଜଣ। ମୋଟ ପାସ୍ ହାର ୭୬.୭୫% ରହିଛି। ବିଜ୍ଞାନରେ ୮୦.୩୧% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କଳାରେ ୭୬.୩୧ ଓ ବାଣିଜ୍ୟରେ ୬୯.୪୮% ପାସ୍ କରିଛନ୍ତି।

ଏମାନଙ୍କ ମଧ୍ୟରୁ କଳାରେ ନୟାଗଡ଼ରେ ସର୍ବାଧିକ ୮୭.୯୨ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ସେହିଭଳି କଳାରେ ସବୁଠୁ କମ୍ ପାସ୍ ହାର ରହିଛି ରାୟଗଡ଼ାରେ। ଏହି ଜିଲ୍ଲାରେ କଳାରେ ମାତ୍ର ୬୧.୦୮% ପିଲା ପାସ୍ କରିଛନ୍ତି।

ବିଜ୍ଞାନରେ ସବୁଠୁ ଅଧିକ ପିଲା ପାସ୍ କରିଛନ୍ତି ବାଲେଶ୍ୱର ଜିଲ୍ଲାରେ। ଏଠାରେ ଏହି ପାସ୍ ହାର ୯୨.୬୦% ରହିଛି। ସେହିପରି ବିଜ୍ଞାନରେ ସବୁଠୁ କମ୍ ପାସ୍ ହାର ରହିଛି ଝାରସୁଗୁଡ଼ା ଜିଲ୍ଲା। ଏଠାରେ ଏହି ବିଭାଗରେ ୫୭.୯୬% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।

ବାଣିଜ୍ୟରେ ରାଜ୍ୟରେ ମୋଟ ୩୨,୨୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସବୁଠୁ ଅଧିକ କୃତକାର୍ଯ୍ୟ ହୋଇଛନ୍ତି ଫୁଲବାଣୀ ଜିଲ୍ଲାରେ। ଏଠାରେ ଏହି ପାଠ୍ୟକ୍ରମରେ ୮୫.୦୫% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ଦେବଗଡ଼ ଜିଲ୍ଲାରେ ବାଣିଜ୍ୟ ପାସ୍ ହାର ସବୁଠୁ କମ୍ ରହିଛି। ମାତ୍ର ୩୨.୭୮% ଛାତ୍ରଛାତ୍ରୀ ଏଥିରେ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଛନ୍ତି।

Related story