ଭୁବନେଶ୍ୱର: ଯୁକ୍ତଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟ ପାଇଁ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗର ୱେବସାଇଟରେ ଏହି କଟ୍ଅଫ୍ ମାର୍କ ପ୍ରକାଶ ପାଇଛି । ଚଳିତବର୍ଷ ବିଜେବି ଓ ରେଭେନସା ଜୁନିୟର୍ କଲେଜରେ କଟ୍ଅଫ୍ ମାର୍କ ସର୍ବାଧିକ ରହିଛି । ଜୁଲାଇ ୪ରୁ ୮ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଡମିଶନ ହେବ । ପ୍ରଥମ ପର୍ଯ୍ୟାୟରେ ମନୋନୀତ ପିଲା ସେହି କଲେଜରେ ଆଡମିଶନ ନେବାକୁ ବାଧ୍ୟ ନଚେତ୍ ଆଡମିଶନ ପ୍ରକ୍ରିୟାରୁ ବାଦ୍ ପଡିବେ । ଛାତ୍ରଛାତ୍ରୀମାନେ ଯେଉଁ କଲେଜ୍ ପାଇଁ ମନୋନୀତ ହୋଇଥିବେ ତାହାର ଇଣ୍ଟିମେସନ୍ ଲେଟର ଅନଲାଇନରେ ପାଇବେ ।
ବିଜେବି ଜୁନିୟର କଲେଜରେ ବିଜ୍ଞାନ ପାଠ୍ୟକ୍ରମରେ ନାମଲେଖା ପାଇଁ ୯୦.୮୩, କଳା ପାଇଁ ୭୬.୫୦ ଓ ବାଣିଜ୍ୟ ପାଇଁ ୭୯.୮୩ ପ୍ରତିଶତ କଟଅଫ ମାର୍କ ରଖାଯାଇଛି । ରେଭେନସା ଜୁନିୟର କଲେଜରେ ବିଜ୍ଞାନ ପାଇଁ ୯୦.୮୩, କଳା ପାଇଁ ୬୯.୫୦ ଓ ବାଣିଜ୍ୟ ପାଇଁ ୭୬.୩୩ ପ୍ରତିଶତ କଟଅଫ ମାର୍କ ରଖାଯାଇଛି । ସେହିପରି ରମାଦେବୀ ଜୁନିୟର କଲେଜରେ ବିଜ୍ଞାନ ପାଇଁ ୮୪.୬୭, କଳା ପାଇଁ ୬୯.୫୦, ବାଣିଜ୍ୟ ପାଇଁ ୬୭.୬୭ ପ୍ରତିଶତ ଓ ବେସିକ ସାଇନ୍ସ କଲେଜରେ ବିଜ୍ଞାନ କଟଅଫ ମାର୍କ ୮୭.୬୭ ପ୍ରତିଶତ ରହିଛି ।