ଜୁଲାଇ ୧୦ରୁ ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୦ରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା। ପ୍ରଥମଥର ପାଇଁ ଭୁବନେଶ୍ୱରରୁ ସାଉଦି ଆରବର ଆବୁଧାବିକୁ ହାଇଦ୍ରାବାଦ୍ ଦେଇ ଏୟାର ଇଣ୍ଡିଆର ବିମାନ ଚଳାଚଳ କରିବ ବୋଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ତଥା ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିବା ପରେ ଏହି ତଥ୍ୟ ମିଳିଛି। ୨୦୧୩ ଅକ୍ଟୋବରରେ ଭୁବନେଶ୍ୱର […]

maheshsharama

maheshsharama

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 02:08 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୦ରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ବିମାନ ସେବା। ପ୍ରଥମଥର ପାଇଁ ଭୁବନେଶ୍ୱରରୁ ସାଉଦି ଆରବର ଆବୁଧାବିକୁ ହାଇଦ୍ରାବାଦ୍ ଦେଇ ଏୟାର ଇଣ୍ଡିଆର ବିମାନ ଚଳାଚଳ କରିବ ବୋଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ତଥା ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିବା ପରେ ଏହି ତଥ୍ୟ ମିଳିଛି। ୨୦୧୩ ଅକ୍ଟୋବରରେ ଭୁବନେଶ୍ୱର ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା। ଏହାପରେ ବିମାନ ବନ୍ଦରର ଟର୍ମିନାଲ୍-୨କୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇଥିଲା। ବିମାନବନ୍ଦର ପରିସରରେ ଇମିଗ୍ରେସନ ଓ କଷ୍ଟମ୍ସ ପ୍ରଭୃତି ବିଭିନ୍ନ ବିଭାଗ ପ୍ରସ୍ତୁତ ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos