ଜୁଲାଇ ଓ ଅଗଷ୍ଟ ମାସରେ ହେବ କମ୍ ବର୍ଷା

ଭୁବନେଶ୍ୱର:   ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ହେବ। ଏଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । ଏପରିକି ଏଇ ଦୁଇମାସରେ ୮ରୁ ୧୦ ପ୍ରତିଶତ ଯାଏ ନିଅଣ୍ଟିଆ ବୃଷ୍ଟିପାତ ହେବ । ଜୁନ୍ ମାସରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ ଭଲ ବର୍ଷା ପରେ ଆଗକୁ ଆସୁଥିବା ନିଅଣ୍ଟିଆ ବୃଷ୍ଟିପାତ ପାଇଁ ଆଇଏମଡି ପକ୍ଷରୁ କୃଷି ମନ୍ତ୍ରଳାୟକୁ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି।  ପୂର୍ବରୁ ଚଳିତ ଋତୁରେ ସ୍ୱାଭାବିକ ବୃଷ୍ଟିପାତର […]

INDIA/

Rakesh Mallick
  • Published: Sunday, 28 June 2015
  • , Updated: 28 June 2015, 07:44 AM IST

ଭୁବନେଶ୍ୱର:   ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ହେବ। ଏଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ । ଏପରିକି ଏଇ ଦୁଇମାସରେ ୮ରୁ ୧୦ ପ୍ରତିଶତ ଯାଏ ନିଅଣ୍ଟିଆ ବୃଷ୍ଟିପାତ ହେବ । ଜୁନ୍ ମାସରେ ଏପର୍ଯ୍ୟନ୍ତ ଦେଶବ୍ୟାପୀ ଭଲ ବର୍ଷା ପରେ ଆଗକୁ ଆସୁଥିବା ନିଅଣ୍ଟିଆ ବୃଷ୍ଟିପାତ ପାଇଁ ଆଇଏମଡି ପକ୍ଷରୁ କୃଷି ମନ୍ତ୍ରଳାୟକୁ କଣ୍ଟିଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି।  ପୂର୍ବରୁ ଚଳିତ ଋତୁରେ ସ୍ୱାଭାବିକ ବୃଷ୍ଟିପାତର ୮୮ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ତେବେ ଚଳିତ ମାସରେ ଏପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ଅର୍ଥାତ ୨୮ ପ୍ରତିଶତ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। ତେବେ ଜୁନ୍ ଭଳି ଆଗକୁ ଦୁଇମାସ ଭଲ ବର୍ଷା ହୋଇ ନପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

 

Related story