ଦୁଷ୍କର୍ମ ପରେ ହତ୍ୟାକୁ ୫ ବର୍ଷ ବିତିଲା, ନ୍ୟାୟ ବଦଳରେ ମିଳୁଛି ନିର୍ଯାତନା

ବଲାଙ୍ଗୀର(ମନରଞ୍ଜନ ଯୋଶି): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସର୍ଗିପାଲି ଗାଁର ଘଟଣା  ଘଟଣାକୁ ପାଖାପାଖି ୫ ବର୍ଷ ହେଲାଣି । ଘଟଣା ବି ଛୋଟ ମୋଟ ନୁହେଁ  । ଜଣେ ଦଳିତ ନାବାଳିକାକୁ, ଦୁଷ୍କର୍ମ ପରେ ହତ୍ୟା  ଘଟଣା ପରେ ତଦନ୍ତ କରି କରି ଥକିପଡିଥିଲା ବଲାଙ୍ଗୀର ପୁଲିସ । ଘଟଣାକୁ ନେଇ ଉଠିଥିଲା ପଡିଥିଲା ରାଜ୍ୟ ରାଜନୀତି।  ଦଳିତ ପରିବାର ପାଖକୁ ,ସରକାରୀ ବିରୋଧୀଦଳ ନେତାଙ୍କ ସୁଅ ଛୁଟିଥିଲା । ଏପରିକି ଜାତୀୟ ଏସ୍.ଟି, ଏସ୍.ସି […]

rape

rape

Tapas Behera
  • Published: Monday, 17 August 2020
  • Updated: 17 August 2020, 05:07 PM IST

ବଲାଙ୍ଗୀର(ମନରଞ୍ଜନ ଯୋଶି): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସର୍ଗିପାଲି ଗାଁର ଘଟଣା  ଘଟଣାକୁ ପାଖାପାଖି ୫ ବର୍ଷ ହେଲାଣି । ଘଟଣା ବି ଛୋଟ ମୋଟ ନୁହେଁ  । ଜଣେ ଦଳିତ ନାବାଳିକାକୁ, ଦୁଷ୍କର୍ମ ପରେ ହତ୍ୟା  ଘଟଣା ପରେ ତଦନ୍ତ କରି କରି ଥକିପଡିଥିଲା ବଲାଙ୍ଗୀର ପୁଲିସ । ଘଟଣାକୁ ନେଇ ଉଠିଥିଲା ପଡିଥିଲା ରାଜ୍ୟ ରାଜନୀତି।  ଦଳିତ ପରିବାର ପାଖକୁ ,ସରକାରୀ ବିରୋଧୀଦଳ ନେତାଙ୍କ ସୁଅ ଛୁଟିଥିଲା । ଏପରିକି ଜାତୀୟ ଏସ୍.ଟି, ଏସ୍.ସି କମିଶନର ଉପାଧ୍ୟକ୍ଷ ବି ଆସିଥିଲେ।

ପୂରା ରାଜ୍ୟରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ, ଜୋର ଧରିଥିଲା ଆନ୍ଦୋଳନ।  ହେଲେ ବଲାଙ୍ଗୀର ପୁଲିସର ବିଫଳତା ପରେ ତଦନ୍ତର ଦାୟିତ୍ୱ ନେଇଥିଲା କ୍ରାଇମବ୍ରାଞ୍ଚ।  କିଛି ଦିନର ତଦନ୍ତ ପରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । କିନ୍ତୁ ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ କରିନପାରିବାରୁ, ଜାମିନରେ ଆସିଥିଲେ ଅଭିଯୁକ୍ତ।  ବାସ୍, ସେହି ଦିନଠୁ ଶୀତଳଭଣ୍ଡାରରେ କ୍ରାଇମବ୍ରାଞ୍ଚର ତଦନ୍ତ  । କିନ୍ତୁ ଏବେ ବି ଗାଁରେ ସାମାଜିକ ବାସନ୍ଦ ହୋଇ, ଅନେକ ନିର୍ଯ୍ୟାତନାର ଶିକାର ପୀଡିତାଙ୍କ ପରିବାର ଓ ସଂର୍ପକୀୟ ।

୨୦୧୨ ସର୍ଗିପାଲି ଗାଁର ମସିହାରୁ ଗାଁରେ ଛୁଆଁ ଅଛୁଆଁ ନେଇ କଥା ଉଠିଥିଲା।  କିନ୍ତୁ ୨୦୧୫ ମସିହାରେ, ଗାଁର ମଦବିକ୍ରୀ ହେଉଥିବାରୁ ଦଳିତ ବସ୍ତିର ଏସ୍.ଏଚ.ଜି ଗ୍ରୁପର ମହିଳାମାନେ ବିରୋଧ କରିଥିଲେ । ମଦକୁ ବିରୋଧ କରିବାର କିଛି ଦିନ ପରେ ୨୦୧୫ ମେ ୨୨ରେ ସର୍ଗିପାଲି ଗାଁର ଦଶମ ଶ୍ରେଣୀରେ ପଢୁଥିବା ସ୍ନେହଲତା ହରିଶଂକର ପାଖ ନାଳକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ଦିନକ ପରେ ନାଳ ନିକଟରୁ ସ୍ନେହଲତାର ଶବ ମିଲିଥିଲା। ମୃତ ସ୍ନେହଲତାର ଶରୀରରେ ବିଭିନ୍ନ ଜାଗାରେ କଟାଦାଗ ଥିବାରୁ, ତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। କିନ୍ତୁ ଦୀର୍ଘ ଦିନ ଧରି ପୁଲିସର କସରତ ଫେଲ ମାରିଥିଲା  ତେଣୁ ଘଟଣାକୁ ନେଇ, ଜୋର ଧରିଥିଲା ଆନ୍ଦୋଳନ । ଜିଲ୍ଳାରୁ ଯାଇ ରାଜ୍ୟ ସ୍ତରରେ ଆନ୍ଦୋଳନ କରିଥିଲେ ଦଳିତ ସମାଜର ବିଭିନ୍ନ ସଂଗଠନ। ଏପରିକି ସ୍ନେହଲତାଙ୍କ ପରିବାରକୁ ଶାନ୍ତ୍ୱନା ଦେବା ପାଇଁ, ସେତେବେଳର ବିରୋଧୀ ଦଳର ନେତାଙ୍କ ସହିତ, ସରକାରୀ ନେତା ବି ସର୍ଗିପାଲିରେ ପହଞ୍ଚିଥିଲେ । ଜାତୀୟ ଏସ୍.ସି.ଏସ୍.ଟି କମିଶନର ଉପାଧ୍ୟକ୍ଷ ବି ପହଞ୍ଚିଥିଲେ ଗାଁରେ। ତେଣୁ ସରକାରଙ୍କ ଉପରେ ଚାପ ବଢୁଥିବାରୁ,ତଦନ୍ତର ଦାୟିତ୍ୱ ନେଇଥିଲା କ୍ରାଇମବ୍ରାଞ୍ଚ ।

ଆଉ ଦାୟିତ୍ୱ ନେଲା ପରେ, ଗାଁର ୧୧ ଜଣ ଯୁବକଙ୍କ ଡି.ଏନ୍.ଏ ପରୀକ୍ଷା ପାଇଁ ଭୁବନେଶ୍ୱର ଲ୍ୟାବକୁ ପଠାଇ ଅଟକ ରଖିଥିଲା କ୍ରାଇମବ୍ରାଞ୍ଚ। ଘଟଣାର ଗୋଟିଏ ମାସ ପରେ, ଜୁନ୍‌ ୨୦ ତାରିଖ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ। କିନ୍ତୁ ୧୨୦ ଦିନ ଭିତରେ, ସେମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିନପାରିବାରୁ, ଜାମିନରେ ମୁକୁଲିଥିଲେ ଗିରଫ ଦୁଇଜଣ । ତେଣୁ କ୍ରାଇମବ୍ରାଞ୍ଚର ଅପାରଗତାକୁ ଦେଖି, ସ୍ନେହଲତାର ପରିବାର ସହିତ ଅନ୍ୟ ସଂଗଠନ ବି ସେହି ଦିନଠୁ ସିବିଆଇ ତଦନ୍ତ ଦାବି କରୁଛନ୍ତି।  କିନ୍ତୁ ଘଟଣା ସଂର୍ପକରେ ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ମତାମତ ଦେବାକୁ ମନା କରିଦେଇଛନ୍ତି। ଏବେ ବି ନାବାଳିକା ଝିଅର ହତ୍ୟାକୁ ନେଇ, ବାପାକୁ ମିଳିନି ନ୍ୟାୟ। ନ୍ୟାୟ ପାଇଁ ବାପା କାନ୍ଦୁଥିବା ବେଳେ ଆଜି ବି ନ୍ୟାୟ ବଦଳରେ ମିଳୁଛି ନିର୍ଯ୍ୟାତନା। ପୀଡ଼ିତା ଏବଂ ତାଙ୍କ ସମ୍ପର୍କୀୟ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି।

୨୦୧୫ ମସିହାରୁ ବର୍ତ୍ତମାନ ପଯର୍ୟନ୍ତ ଗାଁରେ ତୁଟିନି, ସବର୍ଣ୍ଣ-ଅସବର୍ଣ୍ଣଙ୍କ ବିବାଦ । ଗାଁର ୧୫ ଦଳିତ ପରିବାରକୁ, ନିଅାଁ ପାଣି ବନ୍ଦ କରାଯାଇଛି। ଏପରିିକି କୌଣସି ବ୍ୟକ୍ତି ତାଙ୍କୁ ଦିନ ମଜୁରିଅା ଭାବେ କାମ ଦେଲେବି, ବାରଣ କରାଯାଉଛି  । ମୋଟା ଅଙ୍କର ଟଙ୍କା ଗାଁ କମିଟୀ ଦ୍ୱାରା ଫାଇନ ପକାଯାଉଥିବାରୁ, କେହି ସେମାନଙ୍କୁ କାମ ଦେଉନାହାନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story