ଜଷ୍ଟିସ୍‌ ରଘୁବୀର ଦାଶ ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ନିଯୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଷ୍ଟିସ ରଘୁବୀର ଦାଶ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ପାଇଲେ। ଜଷ୍ଟିସ ଦାଶ ଓଡ଼ିଶା ହାଇକୋର୍ଟରେ ବିଚାରପତି ଥିଲେ। ରାଜ୍ୟପାଳ ଗଣେଷୀ ଲାଲ ତାଙ୍କୁ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଥିବା ଜଷ୍ଟିସ ବୀରକିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖରୁ ଶେଷ ହୋଇଥିବା ବେଳେ […]

justice

Jitendra Garnayak
  • Published: Sunday, 23 December 2018
  • , Updated: 23 December 2018, 01:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଷ୍ଟିସ ରଘୁବୀର ଦାଶ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ପାଇଲେ। ଜଷ୍ଟିସ ଦାଶ ଓଡ଼ିଶା ହାଇକୋର୍ଟରେ ବିଚାରପତି ଥିଲେ।

ରାଜ୍ୟପାଳ ଗଣେଷୀ ଲାଲ ତାଙ୍କୁ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଥିବା ଜଷ୍ଟିସ ବୀରକିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖରୁ ଶେଷ ହୋଇଥିବା ବେଳେ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟ ପଦ ଏ ଯାଏଁ ଖାଲି ପଡ଼ିଥିଲା ତେବେ ଉଭୟ ପଦବୀକୁ ଶୀଘ୍ର ପୂରଣ କରିବା ଲାଗି ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ନାଁ ସୁପାରିସ କରାଯାଇଥିଲା।

Related story