ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ର ହେଲେ ଓଡ଼ିଶା ହାଇକୋର୍ଟ ବିଚାରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ମିଶ୍ର ଯେଉଁଦିନ ଦାୟିତ୍ୱ ଗ୍ରହଣ କରିବେ ସେହିଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ସୂଚନା ଅନୁସାରେ, ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାର ମୁକ୍ତାଦେଇପୁର । ସେ ୧୯୮୩ରେ ମାଟ୍ରିକ […]

Judge

Ordigital Desk
  • Published: Friday, 03 June 2022
  • , Updated: 04 June 2022, 03:27 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ମିଶ୍ର ଯେଉଁଦିନ ଦାୟିତ୍ୱ ଗ୍ରହଣ କରିବେ ସେହିଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।
ସୂଚନା ଅନୁସାରେ, ଆଡଭୋକେଟ୍ ସଞ୍ଜୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲାର ମୁକ୍ତାଦେଇପୁର । ସେ ୧୯୮୩ରେ ମାଟ୍ରିକ ଓ ୧୯୮୭ରେ ଅନୁଗୁଳ କଲେଜରୁ ବିକମ୍ ପାସ୍ କରିବା ପରେ ୧୯୯୦ ମସିହାରେ ମଧୁସୂଦନ ଆଇନ କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ତା’ପରେ ସେ ଆଡଭୋକେଟ୍ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ଏବେ ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୨୧ଜଣ ବିଚାରପତି ଅଛନ୍ତି ।

Related story