ପିଟିପିଟି ମାରିଥିଲେ! ୩୩ ବନ୍ଧା ହେଲେ, ସେଥିରେ ୨୦ ମହିଳା

ଆସିକା (ମନୋଜ ମୁନୀ): ଗୁଣି ସନ୍ଦେହରେ ବିଳମ୍ୱିତ ରାତିରେ ଅତି ବୀଭତ୍ସ ଭାବେ ଜଣେ ମହିଳାଙ୍କୁ ପିଟି ପିଟି ମାରିଦେବା ଅଭିଯୋଗରେ ଆଜି କବିସୂର୍ଯ୍ୟନଗର ଥାନା ପୁଲିସ୍‌ ୩୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ଅଛନ୍ତି। ବାକି ୧୩ ଜଣ ପୁରୁଷ। ବର୍ତ୍ତମାନ ଦଧିଆପଲ୍ଲୀ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି। ମାଧିଆପଲ୍ଲୀ ଗାଁରେ କିଛି ମାସ ଭିତରେ ୧୦ରୁ ୧୨ […]

Aska Murder

  • Published: Thursday, 27 October 2022
  • , Updated: 27 October 2022, 09:00 PM IST

ଆସିକା (ମନୋଜ ମୁନୀ): ଗୁଣି ସନ୍ଦେହରେ ବିଳମ୍ୱିତ ରାତିରେ ଅତି ବୀଭତ୍ସ ଭାବେ ଜଣେ ମହିଳାଙ୍କୁ ପିଟି ପିଟି ମାରିଦେବା ଅଭିଯୋଗରେ ଆଜି କବିସୂର୍ଯ୍ୟନଗର ଥାନା ପୁଲିସ୍‌ ୩୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ଅଛନ୍ତି। ବାକି ୧୩ ଜଣ ପୁରୁଷ। ବର୍ତ୍ତମାନ ଦଧିଆପଲ୍ଲୀ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ମାଧିଆପଲ୍ଲୀ ଗାଁରେ କିଛି ମାସ ଭିତରେ ୧୦ରୁ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଠିକ୍‌ ଏହି ସମୟରେ ଅର୍ଥାତ ବୁଧବାର ଗାଁର ଜଣେ ଯୁବତୀଙ୍କ ଦେହରେ ପ୍ରେତାତ୍ମା ସବାର ହୋଇଥିଲା। ଗାଁର ଯୁଧିଷ୍ଠିର ନାହାକଙ୍କ ସମେତ ୪ ଜଣ ବ୍ୟକ୍ତି ଗୁଣି ଗାରେଡ଼ି କରୁଥିବା ଯୁବତୀ ଜଣକ ଗ୍ରାମବାସୀଙ୍କୁ କହିଥିଲେ। ଆଉ ଗାଁ ଲୋକେ ଏହାକୁ ବିଶ୍ୱାସ କରିଥିଲେ। ତା’ପରେ ଗାଁରେ ସଭା ବସିଥିଲା। ଯୁଧିଷ୍ଠିରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ସେମାନେ ମଧ୍ୟ ସଭାରେ ଉପସ୍ଥିତ ହୋଇଥିଲେ।

ଯୁଧିଷ୍ଠିରଙ୍କ ସମେତ ୪ ଓ ତାଙ୍କ ପୂରା ପରିବାର ଗ୍ରାମ ସଭାରେ ପହଞ୍ଚିଥିଲେ। ଗାଁ ଲୋକେ ସେମାନଙ୍କୁ କିଛି ପଚାରିବା ପରିବର୍ତ୍ତେ ସନ୍ଦେହ ଘେରରେ ଥିବା ୪ ଜଣଙ୍କୁ ପ୍ରବଳ ପିଟିଥିଲେ। ଆଖି ଆଗରେ ସ୍ୱାମୀ ମାଡ଼ ଖାଉଥିବା ଦେଖି ସ୍ତ୍ରୀ ଝୁନୁ ନାହାକ ନିଜକୁ ସମ୍ଭାଳି ପାରିଲେ ନାହିଁ। ଏନେଇ ଥାନାକୁ ଖବର ଦେଇଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲା।

ଅନ୍ୟପକ୍ଷରେ ବୁଧବାର ବିଳମ୍ୱିତ ରାତିରେ ଝୁନୁ ଓ ତାଙ୍କ ଦୁଇ ପୁଅ ଘରେ ଥିଲେ। ଗାଁର ଶତାଧିକ ପୁରୁଷ ଓ ମହିଳାମାନେ ଯୁଧିଷ୍ଠିରଙ୍କ ଘରେ ଧସେଇ ପଶିଥିଲେ। ହାବୁଡରେ ଯିଏ ପଡିଲା, ତାକୁ ନିସ୍ତୁକ ମାଡ ମାରି ଚାଲିଲେ। ଯୁଧିଷ୍ଠିର ଓ ତାଙ୍କ ଦୁଇ ପୁଅ ଭୟରେ ଜୀବନ ବିକଳରେ ଦୌଡି ବିଲ ଭିତରେ ଲୁଚି ଯାଇଥିଲେ। ଘରେ ଏକାକୀ ରହିଯାଇଥିଲେ ଝୁନୁ। ଗାଁ ଲୋକେ ଝୁନୁଙ୍କୁ ଘୋଷାଡି ଆଣି ପ୍ରବଳ ମାଡ ମାରିଥିଲେ। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।

Related story