କାଳବୈଶାଖୀ ତାଣ୍ଡବ: ୨ ମୃତ, ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର ଚାନ୍ଦୁରା ଗାଁରେ ଗଛ ପଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ଯୁବତୀ ଜଣଙ୍କ ହେଲେ ସନ୍ଧ୍ୟାରାଣୀ ସ୍ୱାଇଁ। ସେ ଶୋଇଥିବା ବେଳେ ତାଙ୍କ ଘର ଉପରେ ଏକ ଗଛ ପଡିଯାଇଥିଲା। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ […]

rain

rain

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 05:21 PM IST

Sports

Latest News

rain1ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଜଗତସିଂହପୁର ଚାନ୍ଦୁରା ଗାଁରେ ଗଛ ପଡି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତା ଯୁବତୀ ଜଣଙ୍କ ହେଲେ ସନ୍ଧ୍ୟାରାଣୀ ସ୍ୱାଇଁ। ସେ ଶୋଇଥିବା ବେଳେ ତାଙ୍କ ଘର ଉପରେ ଏକ ଗଛ ପଡିଯାଇଥିଲା। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହୋଇ ବଡ଼ ବଡ଼ ଗଛ ଉପୁଡି ରାସ୍ତା ଜାମ୍‌ ହୋଇଯାଇଥିଲା।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶିଆଳିଆ ଗାଁରେ ପ୍ରମିଳା ମହାନ୍ତଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ନୂଆଗାଁ ଅଞ୍ଚଳର ଛାତ୍ରୀ ଚମ୍ପା ସୋରେନ ଏବଂ କଅଁରପାଳ ଅଞ୍ଚଳର ସୁରେନ୍ଦ୍ର ବିଶ୍ୱାଳ ବଜ୍ରପାତରେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବିଶେଷ କରି ଉଦଳା ଏନ୍‌ଏସି ଓ ଏହାର ଆଖପାଖରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ଉଦଳା ସହରର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗଛ ଉପୁଡି ପଡିଛି।rain2

ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଝଡ଼ତୋଫାନ ଯୋଗୁଁ ବୋଲଗଡ଼, ଦେଉଳୀ, ପିଚୁକୁଳି ଓ ସାନପଦର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୁନାଖଳା-ଧଳାପଥର ରାସ୍ତାରେ ଗଛ ପଡ଼ି ରାଜପଥ ଅବରୋଧ ହୋଇଥିଲା।

ରାଜଧାନୀ ଭୁବନେଶ୍ୱରରେ ଅପରାହ୍ନ ପ୍ରାୟ ୩ଟାରେ ଧୂଳିଝଡ଼ ସହ ମେଘ ହୋଇଥିଲା। ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ପୋଖରୀପୁଟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

କଟକରେ ପ୍ରବଳ ଧୂଳିଝଡ଼ ସହ ବର୍ଷା ହୋଇଛି। ବର୍ଷା ସାଙ୍ଗକୁ ପବନ ହେବା ଯୋଗୁ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ସହର ମଧ୍ୟରେ ଗାଡି ଚଳାଚଳ ବ୍ୟାହତ ହୋଇଯାଇଥିଲା। ସାଲେପୁରରେ ମଧ୍ୟ କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story