ନୂଆପଡ଼ା(ମାୟାଧର ସରାଫ୍): ରେଲୱେର ବିକାଶ ହେଲେ ହିଁ ଆଦିବାସୀ ଅଧ୍ୟୁଷିତ କେବିକେ ଜିଲାର ବିକାଶ ହୋଇ ପାରିବ। ନଚେତ ତାହା ସେହିପରି ଅନୁନ୍ନତ ହୋଇ ରହିଯିବ। କଳାହାଣ୍ଡି ଲୋକସଭା ଅଞ୍ଚଳରେ ରେଲୱେର ବିକାଶ ନିହାତି ଆବଶ୍ୟକ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପିୟୂସ ଗୋୟେଲଙ୍କୁ ଭେଟି ଏ ସଂକ୍ରାନ୍ତରେ ବିଭିନ୍ନ ଦାବି ଜଣାଇଛନ୍ତି।
ନୂଆପଡ଼ା ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣୀ, ପ୍ରସ୍ତାବିତ କଣ୍ଟାବାଞ୍ଜି, ଖଡ଼ିଆଳ, ଆମପାଣି, ନବରଙ୍ଗପୁର, ଜୟପୁର ନୂତନ ରେଳ ଲାଇନକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି।
ସେହପରି ବରଗଡ଼-ନୂଆପଡ଼ା ନୂତନ ରେଳ ଲାଇନକୁ କାର୍ଯ୍ୟକାରୀ କରିବା, ଜୁନାଗଡ଼ରୁ ବିଶାଖାପାଟଣାକୁ ଇଣ୍ଟରସିଟି ଚଳାଚଳ କରାଇବା ଆଦି ମଧ୍ୟ ଏହି ଦାବି ଅନ୍ତର୍ଭୁକ୍ତ। ଏହି ସବୁ ଦାବି କାର୍ଯ୍ୟକାରୀ ହେଲେ କେବିକେ ଅଞ୍ଚଳର ବିକାଶ ହେବାର ଆଶା ଉଜ୍ଜୀବିତ ହେବ ବୋଲି ରେଳମନ୍ତ୍ରୀଙ୍କୁ ସାଂସଦ ବସନ୍ତ ପଣ୍ଡା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।
Crime
ଉପ ଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ; ୧୦ଟି ସ୍ଥାନରେ ଚଢ଼ାଉ
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।
Accident
କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ
କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।