୨୦୨୦ ଜୁନରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ପହିଲାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ଭବାନୀ ପାଟଣାସ୍ଥିତ ସରକାରୀ ସ୍ୱୟଂଶାସିତ କଲେକକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାବେ ଉନ୍ନୀତ କରାଯିବ। ଆଜି ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କଲେଜଗୁଡ଼ିକୁ ଏହି ପ୍ରସ୍ତାବିତ ନବଗଠିତ ବିଶ୍ୱବିଦ୍ୟାଳୟ ଅଧୀନକୁ ଅଣାଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି କଲେଜ ଥିବାରୁ ସେଠାରେ ପ୍ରଶାସନିକ […]

engering-students

Manoranjan Sial
  • Published: Friday, 25 October 2019
  • , Updated: 25 October 2019, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ପହିଲାରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ଭବାନୀ ପାଟଣାସ୍ଥିତ ସରକାରୀ ସ୍ୱୟଂଶାସିତ କଲେକକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭାବେ ଉନ୍ନୀତ କରାଯିବ। ଆଜି ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କଲେଜଗୁଡ଼ିକୁ ଏହି ପ୍ରସ୍ତାବିତ ନବଗଠିତ ବିଶ୍ୱବିଦ୍ୟାଳୟ ଅଧୀନକୁ ଅଣାଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି କଲେଜ ଥିବାରୁ ସେଠାରେ ପ୍ରଶାସନିକ କାର୍ଯ୍ୟର ଚାପକୁ ହ୍ରାସ କରିବା ପାଇଁ ସରକାର ଏଭଳି ପଦକ୍ଷେପର ଆବଶ୍ୟକତା ଥିବା ବିଜ୍ଞପ୍ତିରେ କୁହାଯାଇଛି। ୨୦୧୯ ମାର୍ଚ୍ଚ ୬ତାରିଖରେ ଉଚ୍ଚଶିକ୍ଷା ନୀତି ଆଧାରରେ ଏହି ନୂଆ ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସରକାର ଏହି ବିଶ୍ୱବିଦ୍ୟାଳୟ ଗଠନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ସମେତ ୫ଟି ଘରୋଇ ଓ ୧୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି।

Related story