କାଳିଆକୁ ନେଇ କିଏ ସତ କହୁଛନ୍ତି? ନିରଞ୍ଜନ ନା ଅରୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ନେଇ ପୁଣି ଦ୍ୱନ୍ଦ୍ୱ। ସରକାରଙ୍କ କାଳିଆ ହିତାଧିକାରୀ ତଥ୍ୟରେ ରହୁନି ତାଳମେଳ। କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଟଙ୍କା ମିଳିଥିବା ଗତବର୍ଷ କହିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ ମନ୍ତ୍ରୀ। ହେଲେ ଗତକାଲି ବଜେଟ ଅଭିଭାଷଣରେ ହିତାଧିକାରୀଙ୍କ ସଂଖ୍ୟା ବଦଳିଥିଲା। ମୋଟ ୪୩ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା […]

kalia

kalia

Manoranjan Sial
  • Published: Wednesday, 19 February 2020
  • Updated: 19 February 2020, 03:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ନେଇ ପୁଣି ଦ୍ୱନ୍ଦ୍ୱ। ସରକାରଙ୍କ କାଳିଆ ହିତାଧିକାରୀ ତଥ୍ୟରେ ରହୁନି ତାଳମେଳ। କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଟଙ୍କା ମିଳିଥିବା ଗତବର୍ଷ କହିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଉତ୍ତର ଦେଇଥିଲେ ମନ୍ତ୍ରୀ। ହେଲେ ଗତକାଲି ବଜେଟ ଅଭିଭାଷଣରେ ହିତାଧିକାରୀଙ୍କ ସଂଖ୍ୟା ବଦଳିଥିଲା। ମୋଟ ୪୩ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ। ତେବେ ଟଙ୍କା ପାଇଥିବା ବାକି ୮ ଲକ୍ଷ ୫ ହଜାର ଚାଷୀ କୁଆଡ଼େ ଗଲେ ବୋଲି ଏବେ ପ୍ରଶ୍ନ ଉଠିଛି। ସେପଟେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେହିଭଳି ଏହାକୁ ନେଇ କଂଗ୍ରେସ ବି ସରକାରଙ୍କୁ ସମାଲୋଚନା କରିଛନ୍ତି।

ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ

କାଳିଆ ଯୋଜନାରେ ଟଙ୍କା ନେଇଛନ୍ତି ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ। ସେମାନଙ୍କୁ ଚିହ୍ନଟ କରାଯାଇଛି ଓ ମିଳିଥିବା ସହାୟତା ରାଶି ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଧାନସଭାରେ ଆଜି ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ତେବେ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଶହ ୬୩ ଜଣ ସହାୟତା ରାଶି ଫେରସ୍ତ କରିସାରିଥିବା ମନ୍ତ୍ରୀ କହିଛନ୍ତି।

ସେହିପରି କାଳିଆ ଯୋଜନାକୁ କେନ୍ଦ୍ରୀୟ ଯୋଜନାରେ ସାମିଲ କରିବାର କୌଣସି ପ୍ରସ୍ତାବ ନାହିଁ। ଯେହେତୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ପାଇବେ, ତାଙ୍କୁ କାଳିଆ ଯୋଜନାରେ ୪ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos