କାଳିଆ ପାଇଁ ଲୋକ ବୁହା ଓ ପ୍ରଚାରରେ ଖର୍ଚ୍ଚ ହୋଇଛି ୫୦ କୋଟି ! ଆରଟିଓ ନେଇଥିଲେ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେବଳ ସଭା ଓ ପ୍ରଚାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୫୦ କୋଟିରୁ ଅଧିକ ଟଙ୍କା । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଲୋକ ବୋହି ନେବାକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଲୋକ ନେବାକୁ ଆରଟିଓ ମାନଙ୍କୁ ଦିଆଯାଇଛି ୨୫ ଲକ୍ଷ ଲେଖାଁଏ ଟଙ୍କା । ବଡକଥା ହେଉଛି ନିୟନ୍ତ୍ରିତ ବଜାର କମିଟିରେ ଥିବା ଚାଷୀଙ୍କ ଟଙ୍କାକୁ ଏମିତି କାଳିଆର […]

5431

5431

Tapas Behera
  • Published: Sunday, 22 September 2019
  • Updated: 22 September 2019, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେବଳ ସଭା ଓ ପ୍ରଚାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୫୦ କୋଟିରୁ ଅଧିକ ଟଙ୍କା । ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଲୋକ ବୋହି ନେବାକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଲୋକ ନେବାକୁ ଆରଟିଓ ମାନଙ୍କୁ ଦିଆଯାଇଛି ୨୫ ଲକ୍ଷ ଲେଖାଁଏ ଟଙ୍କା । ବଡକଥା ହେଉଛି ନିୟନ୍ତ୍ରିତ ବଜାର କମିଟିରେ ଥିବା ଚାଷୀଙ୍କ ଟଙ୍କାକୁ ଏମିତି କାଳିଆର ପ୍ରଚାର ପାଇଁ ସରକାର ପାଣିରେ ପକାଇଦେଇଥିଲେ। ଯାହାର ତଥ୍ୟ ପ୍ରମାଣ ଲାଗିଛି ଓଡ଼ିଶା ରିପୋର୍ଟର ହାତରେ।

ଫେବୁଆରୀ ୨୧ ବରଗଡ଼ ଚାଷୀ ସମାବେଶରେ କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଜିଲ୍ଲା ବାହାରୁ ବସ୍‌ରେ ବୁହାହୋଇ ଆସିଥିଲେ ଚାଷୀ। ତେବେ କେବଳ କଳାହାଣ୍ଡିରୁ ଚାଷୀ ଆଣିବା ପାଇଁ ସରାକାରୀ ଭାବେ ଖର୍ଚ୍ଚ ହୋଇଛି କୋଟିଏ ଟଙ୍କା। ଏନେଇ ଏକ  ଚିଠି ମଧ୍ୟ ହସ୍ତଗତ ହୋଇଛି।

କଳାହାଣ୍ଡିରୁ ବରଗଡକୁ ଚାଷୀ ନେବାକୁ ଆବଶ୍ୟକ କୋଟିଏ ଟଙ୍କା ଆରଏମସି ବା ନିୟନ୍ତ୍ରିତ ବଜାର କମିଟି ଫଣ୍ଡରୁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳ ମାଗିଥିବା ଅନୁମତିକୁ ଏ ଚିଠିରେ ଗ୍ରୀନ ସିଗନାଲ ଦେଇଛନ୍ତି ଓଡିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡ-ଓସ୍ମାର ଜିଏମ୍।  ଜାନୁଆରୀ ୨୫ରେ ପୁରୀରେ ଏବଂ ପରେ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ବି କାଳିଆ ପାଇଁ ବିରାଟ ସମାବେଶ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ କାଳିଆ ସମାବେଶରେ ଚାଷୀଙ୍କୁ ସାମିଲ କରିବା ଓ ଯୋଜନାର ପ୍ରଚାର ପ୍ରସାର ପାଇଁ ପ୍ରତି ବ୍ଲକକୁ ୩ ଲକ୍ଷ ଟଙ୍କା ଲେଖାଁଏ ଦେବାକୁ ଜାନୁଆରୀ ୨୧ରେ ସବୁ ଆରଏମ୍ସି ଚେୟାରମ୍ୟାନଙ୍କୁ ଲେଖିଥିଲେ ଓସ୍ମା ବୋର୍ଡର ନିର୍ଦ୍ଦେଶକ ବଲଓ୍ୱନ୍ତ ସିଂ ପ୍ରତି ବ୍ଲକକୁ ୩ ଲକ୍ଷ ହିସାବରେ ୩୧୪ ବ୍ଲକ ପାଇଁ ୯ କୋଟି ୪୨ ଲକ୍ଷ ଏବଂ ପ୍ରତି ପଞ୍ଚାୟତକୁ ୫୦ ହଜାର ହିସାବରେ ଖର୍ଚ୍ଚ ହୋଇଛି ପ୍ରାୟ ୩୨ କୋଟି ୫୦ ଲକ୍ଷ। ଏସବୁ ବାଦ୍ ସଭାକୁ ଚାଷୀ ଆଣିବାକୁ ପ୍ରତି ଆରଟିଓଙ୍କୁ ୨୫ ଲକ୍ଷ ହିସାବରେ ଖର୍ଚ୍ଚ ହୋଇଛି ପ୍ରାୟ ୭ କୋଟି ୫୦ ଲକ୍ଷ। ସବୁ ମିଶାଇଲେ କାଳିଆର ପ୍ରଚାର ପ୍ରସାର ଓ ଚାଷୀ ଏକାଠି କରାଇବା ପାଇଁ ଯୋଜନା ଆରମ୍ଭ ହେବା ଆଗରୁ ୫୦କୋଟି ଟଙ୍କା ସ୍ୱାହା ହୋଇଛି।

ଅଯୋଗ୍ୟଙ୍କୁ ୧୭୦ କୋଟି ଦେବା କଥା ପଦାକୁ ଆସିବା ପରେ ଏବେ ପ୍ରଚାର ପାଇଁ ୫୦ କୋଟିର ଖର୍ଚ୍ଚକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। କାଳିଆ ଯୋଜନା ପାଇଁ ବଜେଟରେ ବ୍ୟୟ ବରାଦ କରି ନ ଥିବାରୁ ହିତାଧିକାରୀଙ୍କୁ ଟଙ୍କା ଦେବା ପାଇଁ ଆକସ୍ମିକ ପାଣ୍ଠିରୁ ୧୨ଶହ ୪୪ କୋଟି ଆଣି ଖର୍ଚ୍ଚ କରିଥିଲେ ସରକାର । ଏବେ ୧୭୦ କୋଟି ଟଙ୍କା ଅଯୋଗ୍ୟକୁ ଦେବାକୁ ନେଇ ତୋମ୍ବିତୋଫାନ ଚାଲିଥିବା ବେଳେ ଯୋଜନା କାର୍ଯ୍ୟକାରୀ କରିବା ଆଗରୁ ୫୦ କୋଟି ସ୍ୱାହାକୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story