କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ-କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ କଳିଙ୍ଗା ଘାଟିଠାରେ ଗତକାଲି ରାତିରେ ଘଟିଥିବା ବସ ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଏହି ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । ଏପଟେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ପଠାଇ ରାଜ୍ୟ ସରକାରଙ୍କ ସହାୟତାରେ ଆହତ ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରୁଥିବା ଜଣାପଡ଼ିଛି । […]

Kalinga-Ghati-accident-case

Ordigital Desk
  • Published: Wednesday, 25 May 2022
  • , Updated: 25 May 2022, 07:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ-କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ କଳିଙ୍ଗା ଘାଟିଠାରେ ଗତକାଲି ରାତିରେ ଘଟିଥିବା ବସ ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଏହି ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । ଏପଟେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ପଠାଇ ରାଜ୍ୟ ସରକାରଙ୍କ ସହାୟତାରେ ଆହତ ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାକୁ ତଦାରଖ କରୁଥିବା ଜଣାପଡ଼ିଛି ।

ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବସ୍ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଆମେ ଅତୀତରେ ଦେଖିଛୁ ଅନ୍ୟ ରାଜ୍ୟରୁ ଆସୁଥିବା ବସଗୁଡ଼ିକ କଳିଙ୍ଗା ଘାଟିରେ ଏପରି ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ଲମ୍ବା ଘାଟିରେ ଗାଡ଼ି ଚଳାଇବାରେ ସମ୍ପୃକ୍ତ ଡ୍ରାଇଭରମାନଙ୍କର ଅଭିଜ୍ଞତା ନାହିଁ । ତେଣୁ ବାହାରା ରାଜ୍ୟରୁ ଆସୁଥିବା ବସଗୁଡ଼ିକ ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ପରାମର୍ଶ ଜାରି କରିବେ । ସେମାନେ ଏହି ଘାଟି ବାଟରେ ନଆସି ଅନ୍ୟ ବାଟରେ ଯିବାକୁ ପରାମର୍ଶ ଦିଆଯିବ ।

ଆହତମାନଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଚିବ ଓ ଉଦୟନାରାୟଣପୁର ବିଧାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସିଛି ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ଜଣ ବ୍ୟକ୍ତିଙ୍କ ଚିହ୍ନଟ ହୋଇଛି । ସେମାନେ ହେଲେ ସୁପ୍ରିୟା ଦେନରେ, ସଞ୍ଜିତ ପାତ୍ର, ରିମା ଦେନରେ, ମୌସୁମୀ ଦେନରେ, ବର୍ଣ୍ଣାଳୀ ମନ୍ନା ଓ ସ୍ୱପନ ଗୁଆସିଟ୍ ବୋଲି ଜଣାପଡ଼ିଛି ।

Related story