ସ୍ପଷ୍ଟୀକରଣ ଦେଲେ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ହସ୍ପିଟାଲରେ ଚିକିତ୍ସାଧୀନ କେଉଁଝର ଜିଲ୍ଲାର ଜଣେ ରୋଗୀ ସଚିନ୍‌ କୁମାର ବାରିକଙ୍କ ମୃତ୍ୟୁ ପରେ ବକେୟା ଅର୍ଥର ପେମେଣ୍ଟ ଏବଂ ତାଙ୍କ ମୃତଦେହକୁ ଡିଶଚାର୍ଜ କରିବା ଆଦି ପ୍ରସଙ୍ଗକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଶ୍ରୀ ମାଝୀଙ୍କ ମଧ୍ୟରେ ଏହି ବିବାଦ ଉପୁଜିଥିଲା। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି […]

kalinga

Subrat Kumar Nayak
  • Published: Saturday, 29 June 2019
  • , Updated: 29 June 2019, 11:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ହସ୍ପିଟାଲରେ ଚିକିତ୍ସାଧୀନ କେଉଁଝର ଜିଲ୍ଲାର ଜଣେ ରୋଗୀ ସଚିନ୍‌ କୁମାର ବାରିକଙ୍କ ମୃତ୍ୟୁ ପରେ ବକେୟା ଅର୍ଥର ପେମେଣ୍ଟ ଏବଂ ତାଙ୍କ ମୃତଦେହକୁ ଡିଶଚାର୍ଜ କରିବା ଆଦି ପ୍ରସଙ୍ଗକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ଶ୍ରୀ ମାଝୀଙ୍କ ମଧ୍ୟରେ ଏହି ବିବାଦ ଉପୁଜିଥିଲା। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏହି ଘଟଣାର ତଦନ୍ତ ପାଇଁ ୪ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରି ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଭାଗୀୟ ସଚିବ ପିକେ ମେହେର୍ଦ୍ଦାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣା ବାବଦରେ କୁହାଯାଇଛି, ଆମ ହସ୍ପିଟାଲରେ ଆମେ ଉତ୍ତମ ମାନର ସେବା ଯୋଗାଇଥାଉ ଏବଂ ରୋଗୀଙ୍କ ମୃତ୍ୟୁ ସମୟରେ ମଧ୍ୟ ତାହା ବଜାୟ ରହିଥାଏ। ଆଜି ସକାଳ ୭ଟା ବେଳେ ୨୫ ବର୍ଷ ବୟସ୍କ ସଚିନ୍‌ଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲୁ। ଏହି ଦୁଃଖଦ ସମୟରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ଅପେକ୍ଷା କରିଥିଲୁ। ସେମାନେ ଆମକୁ ପୂର୍ବରୁ କହିଥିଲେ ସେମାନେ ୧୨ ହଜାର ଟଙ୍କାର ବକେୟା ଅର୍ଥ ପେମେଣ୍ଟ କରି ମୃତ ଦେହ ନେଇଯିବେ। କିନ୍ତୁ ଏହାର କିଛି ସମୟ ପରେ ଅର୍ଥାତ ୧୧ଟା ବେଳକୁ ଜଣେ ବିଧାୟକ ଆମ ହସ୍ପିଟାଲ ପରିସରକୁ ଆସି ସମ୍ପୂର୍ଣ୍ଣ ରିହାତି ଦାବି କରିଥିଲେ।

ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସହିତ ଆଲୋଚନା କରିବା ସହିତ ପରେ ପେମେଣ୍ଟ କରିବାକୁ ଲିଖିତ ଆକାରରେ ଦେଇ ମୃତ ଦେହ ନେଇଯିବାକୁ କୁହାଯାଇଥିଲା। ତଥାପି ଯୁକ୍ତିତର୍କର ଅନ୍ତ ହୋଇନଥିଲା ଏବଂ ୧୨ଟା ବେଳକୁ ୧୨ ହଜାର ବଦଳରେ ୬୦୦୦ ଟଙ୍କା ଦେବାକୁ ବୁଝାମଣା ହୋଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି, ୧୨.୨୫ ବେଳକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମୃତଦେହକୁ ଅଟକାଯାଇପାରିବନି ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ବାବଦରେ କର୍ତ୍ତୃପକ୍ଷ ଅବଗତ ବୋଲି କହିଛନ୍ତି।

Related story