କଳିଙ୍ଗନଗରରେ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ୨୦୦୯ ମସିହାରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗମ୍ଭାରିପାଟିଆ ଗାଁରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଆଜି ଆଜୀବନ କାରାଦଣ୍ଡ ଦିଆଯାଇଛି । ସଂଘଟିତ ହତ୍ୟାକାଣ୍ଡର ଶୁଣାଣି କରି ଯାଜପୁର ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗୁଣିଗାରେଡି ସନ୍ଦେହରେ ଗମ୍ଭାରିପାଟିଆ ଗାଁର ବାସନ୍ତି ବାରିକଙ୍କୁ ସେହି ଗାଁର ମୋଚିରାମ ହେମ୍ୱ୍ରମ ଓ ତାଙ୍କ ସାନଭାଇ ବାବୁଲି କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ […]

jajpur

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 05:27 PM IST

ଯାଜପୁର: ୨୦୦୯ ମସିହାରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗମ୍ଭାରିପାଟିଆ ଗାଁରେ ହୋଇଥିବା ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଆଜି ଆଜୀବନ କାରାଦଣ୍ଡ ଦିଆଯାଇଛି । ସଂଘଟିତ ହତ୍ୟାକାଣ୍ଡର ଶୁଣାଣି କରି ଯାଜପୁର ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗୁଣିଗାରେଡି ସନ୍ଦେହରେ ଗମ୍ଭାରିପାଟିଆ ଗାଁର ବାସନ୍ତି ବାରିକଙ୍କୁ ସେହି ଗାଁର ମୋଚିରାମ ହେମ୍ୱ୍ରମ ଓ ତାଙ୍କ ସାନଭାଇ ବାବୁଲି କୁରାଢ଼ୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ ସ୍ୱାମୀ ଏ ନେଇ ଥାନାରେ ଅଭିଯୋଗ କଲା ପରେ ପୋଲିସ ମୋଚିରାମକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଅନ୍ୟତମ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାଜପୁର ଜିଲ୍ଲା ଦୌରାଜଜ୍ ଜୀବନ ବଲ୍ଲବ ଦାସ ମାମଲାର ବିଚାର କରି ଅଭିଯୁକ୍ତ ମୋଚିରାମକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କ। ଜରିମାନା କରିଛନ୍ତି ।

Related story