କାମାକ୍ଷାନଗର: ହାତୀ ଆକ୍ରମଣରେ ଗୁରୁତର ବ୍ୟକ୍ତିଙ୍କ ମୃତ୍ୟୁ

କାମାକ୍ଷାନଗର: ହାତୀ ଆକ୍ରମଣରେ ଗତକାଲି ଗୁରୁତର ଭାବେ ଆହତ ହୋଇଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜାମୁଝରା ଗାଁର ସମ୍ଭାରୀ ପ୍ରଧାନଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ପ୍ରଥମେ ଅଁଳାବରଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ଭୋର ପ୍ରାୟ ୫ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସମ୍ଭାରୀ ପଣ୍ଡୁଆ ଛକରୁ ଜାମୁଝରିକୁ ଫେରୁଥିବା ବେଳେ […]

died

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 09:29 AM IST

କାମାକ୍ଷାନଗର: ହାତୀ ଆକ୍ରମଣରେ ଗତକାଲି ଗୁରୁତର ଭାବେ ଆହତ ହୋଇଥିବା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜାମୁଝରା ଗାଁର ସମ୍ଭାରୀ ପ୍ରଧାନଙ୍କର ଆଜି ସକାଳେ ମୃତ୍ୟୁ ହୋଇଯାଇଛି।

ତାଙ୍କୁ ପ୍ରଥମେ ଅଁଳାବରଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ଭୋର ପ୍ରାୟ ୫ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ଭାରୀ ପଣ୍ଡୁଆ ଛକରୁ ଜାମୁଝରିକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

ବନବିଭାଗ ଓ ବରୁଆଁ ସରପଞ୍ଚଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାକୁ ପଠାଯାଇଥିଲା।

Related story