ଭଦ୍ରକ(ପାର୍ଥ ସାରଥି ନାୟକ) ପ୍ରଥମେ ହାଇବ୍ରିଡ୍ କାର୍, ମିନି ଭେକ୍ୟୁମ କ୍ଲିନର, ଫୁଟ୍ ଅପରେଟିଂ ସାନିଟାଇଜର ତିଆରି କରିଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି। ଏହି ଡିଭାଇସଟି ନିଶ୍ଚିତ କରୋନା ସଂକ୍ରମଣକୁ ରୋକି ପାରିବ ବୋଲି ଦାବି କରିଛନ୍ତି କମଳ । ମନି ପର୍ସ ସାନିଟାଇଜର ଡିଭାଇସଟି ଛୋଟ ହୋଇଥିଲେ ମଧ୍ୟ ଏହା ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ । ସେ କହିଛନ୍ତି ବଜାର ଗଲେ କିମ୍ବା କିଛି କିଣା କିଣି କଲେ ଟଙ୍କାର ବ୍ୟବାହର କରୁ । ତାକୁ ପୁଣି ପକେଟରେ କିମ୍ବା ପର୍ସରେ ରଖି ପରେ ବ୍ୟବହାର କରୁ । ଏହାକୁ ଲକ୍ଷ୍ୟ କରି ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି କମଲ। ମାତ୍ର ୭୦୦ଟଙ୍କା ଖର୍ଚ୍ଚ କରି ୩ଘଣ୍ଟାରେ ପ୍ରସ୍ତୁତ ହୋଇଯିବ ଏହି ମନିପର୍ସ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।