କମିବ ୬ ଲକ୍ଷ ଇଂଜିନିୟରିଂ ସିଟ୍

ଭୁବନେଶ୍ୱର: ୬ ଲକ୍ଷ ଇଂଜିନିୟରିଂ ସିଟ୍ କମିବ । ଦେଶର ବିଭିନ୍ନ ଇଂଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଅଭାବରୁ ଏହି ସିଟ୍ କମାଇବା ପାଇଁ ଯୋଜନା କରିଛି ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ବା ଏଆଇସିଟିଇ। ଦେଶରେ ପ୍ରାୟ ୧୬ ଲକ୍ଷ ୭୦ ହଜାର ସିଟ୍ ଥିବା ବେଳେ ଏହାକୁ ୧୦ରୁ ୧୧ ଲକ୍ଷରେ ସୀମିତ ରଖିବାକୁ ଏଆଇସିଟିଇ ଯୋଜନା କରୁଛି। ଓଡିଶାରେ ଇଂଜିନିୟରିଂ ଶିକ୍ଷାର ରୂପରେଖ ନେଇ ବିପିୟୁଟି ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ କର୍ମଶାଳାରେ […]

seat

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 04:22 AM IST

ଭୁବନେଶ୍ୱର: ୬ ଲକ୍ଷ ଇଂଜିନିୟରିଂ ସିଟ୍ କମିବ । ଦେଶର ବିଭିନ୍ନ ଇଂଜିନିୟରିଂ କଲେଜରେ ଛାତ୍ରଛାତ୍ରୀଙ୍କ ଅଭାବରୁ ଏହି ସିଟ୍ କମାଇବା ପାଇଁ ଯୋଜନା କରିଛି ଅଲ ଇଣ୍ଡିଆ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ବା ଏଆଇସିଟିଇ। ଦେଶରେ ପ୍ରାୟ ୧୬ ଲକ୍ଷ ୭୦ ହଜାର ସିଟ୍ ଥିବା ବେଳେ ଏହାକୁ ୧୦ରୁ ୧୧ ଲକ୍ଷରେ ସୀମିତ ରଖିବାକୁ ଏଆଇସିଟିଇ ଯୋଜନା କରୁଛି। ଓଡିଶାରେ ଇଂଜିନିୟରିଂ ଶିକ୍ଷାର ରୂପରେଖ ନେଇ ବିପିୟୁଟି ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ କର୍ମଶାଳାରେ ଯୋଗଦେବା ଅବସରରେ ଓଟିଭିକୁ ସାକ୍ଷାତକାର ଦେଇ ଏଆଇସିଟିଇ ଅଧ୍ୟକ୍ଷ ଏହା କହିଛନ୍ତି । ସେ କହିଛନ୍ତି, ଆବଶ୍ୟକତା ତୁଳନାରେ ଅଧିକ ସିଟ୍ ଥିବାରୁ ଅନେକ ଇଂଜିନିୟରିଂ କଲେଜରେ ସିଟ୍ ଖାଲି ପଡୁଛି। ତେଣୁ ସିଟ୍ କମାଇବାକୁ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଛାତ୍ରଛାତ୍ରୀ ଅଭାବରୁ ଯଦି କୌଣସି କଲେଜ କର୍ତ୍ତୃପକ୍ଷ ନିଜ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଚାହାନ୍ତି ତେବେ ଏଆଇସିଟିଇ ସେମାନଙ୍କୁ ସହଯୋଗ କରିବ ବୋଲି ସେ ସୂଚନା ଦେଇଛନ୍ତି ।

Related story