ଅଫିସରେ ପଶି ବାବୁଙ୍କୁ ପିଟିଲେ: ଦେଖନ୍ତୁ ଭିଡିଓ

Ordigital Desk
  • Published: Saturday, 09 December 2017
  • , Updated: 09 December 2017, 04:44 PM IST
<p>ପୁରୀ(ଓଡ଼ିଶା ରିପୋର୍ଟର): ଅଫିସ୍&zwnj;ରେ ପଶି ବାବୁଙ୍କୁ ପିଟିଲେ ଦୁଇ ଜଣ ଯୁବକ। ଜମି ପଟ୍ଟା ବିବାଦକୁ ନେଇ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହେଉଛି। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏପରି ଘଟଣା ପୁରୀ ଜିଲ୍ଲା କଣାସ ତହସିଲ କାର୍ଯ୍ୟାଳୟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଆକ୍ରମଣ କରିଥିବା ଦୁଇ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏହାକୁ ନେଇ କଣାସ ତହସିଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି।</p> <p>ଆଜି କଣାସ ତହସିଲର ଆଡ଼ିସିନାଲ ତହସିଲଦାର ଅଫିସରେ ବସିଥିଲେ। ଏହି ସମୟରେ ଚାନ୍ଦପଡ଼ାର ବାବଲି ପାତ୍ର ଓ ନୀଳକଣ୍ଠ ବଡ଼ଜେନା ଅଫିସ ଭିତରେ ପଶି ଆଡ଼ିସିନାଲ ତହସିଲଦାରଙ୍କୁ ଅନ୍ୟ ଜଣେ ବ୍ୟକ୍ତି ପଟ୍ଟା ସମ୍ପର୍କରେ ପଚାରିଥିଲେ। ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା। ଏଥିରେ ଉତ୍&zwnj;କ୍ଷିପ୍ତ ହୋଇ ବାବଲି ପାତ୍ର ଓ ନୀଳକଣ୍ଠ ବଡ଼ଜେନା ଆଡ଼ିସିନାଲ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁହଁରେ ଆଘାତ ଲାଗିଛି। ତେବେ ପାଟିତୁଣ୍ଡ ଶୁଣି ତହସିଲଦାର ସଂଜୟ ପ୍ରତିହାରୀ ଆକ୍ରମଣ କରୁଥିବା ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ। ଏନେଇ କଣାସ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଅଟକ ରଖିଛି। ସେମାନଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବାବୁଲି ପାତ୍ର ବିରୋଧରେ ପୂର୍ବରୁ ମାମଲା ରହିଛି। ଏପରିକି ସେ ଜେଲ ଯାଇଥିବା ପୁରୀ ଆଡ଼ିସିନାଲ୍&zwnj; ଏସ୍&zwnj;ପି କହିଛନ୍ତି।</p>

Related story