- Videos
- Odisha
- ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କନ୍ଧମାଳ ସାଂସଦ
ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କନ୍ଧମାଳ ସାଂସଦ
- Published: Sunday, 11 March 2018
- , Updated: 11 March 2018, 08:12 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ ଦିବ୍ୟରଞ୍ଜନଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେହିପରି ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଚିଠିଲେଖି ଦିବ୍ୟରଞ୍ଜନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି।</p>
<p>କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଞ୍ଜନ ବେହେରା ଗତ ୨ ମାସ ହେବ ଦୁବାଇରେ ଫସି ରହିଛନ୍ତି। ଦିବ୍ୟରଞ୍ଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ୧୯ ଜଣ ମଧ୍ୟ ଫସି ରହିଛନ୍ତି। ସମସ୍ତଙ୍କ ପାସପୋର୍ଟ ଜବତ କରିଛି ଦୁବାଇ ପୋଲିସ। ପାସପୋର୍ଟ ନଥିବାରୁ ସେମାନେ ଭାରତ ଫେରିପାରୁନାହାନ୍ତି। ଦୁବାଇରେ କାମ କରୁଥିବା କମ୍ପାନୀରେ ଟଙ୍କା ନେଣଦେଣକୁ ନେଇ କିଛି ସମସ୍ୟା ଥିବାରୁ ତାଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି ବୋଲି କହିଛନ୍ତି ଦିବ୍ୟରଞ୍ଜନ। ମୁମ୍ବାଇ ସ୍ଥିତ ଏମରାଲ୍ଡ ମେରାଇନ ମ୍ୟାନେଜମେଣ୍ଟ କମ୍ପାନୀ ଜରିଆରେ ଦୁବାଇ ଯାଇଥିଲେ ଏହି ସମସ୍ତ ଯୁବକ। ସେମାନେ ସାଥୀରେ ନେଇ ଯାଇଥିବା ସାମଗ୍ରୀ ବେଆଇନ କହି ଦୁବାଇ ପୋଲିସ ତାଙ୍କୁ ଅଟକ ରଖିଥିଲା। ଦୁବାଇରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି। ଦିବ୍ୟରଞ୍ଜନଙ୍କ ଆସନ୍ତା ୧୧ ତାରିଖରେ ବାହାଘର ଥିବାବେଳେ ପରିବାର ଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି। ପରିସ୍ଥିତିକୁ ନେଇ ତାଙ୍କ ବିବାହ ଉତ୍ସବକୁ ଘୁଞ୍ଚାଇ ଦିଆଯାଇଛି।</p>