କନ୍ଧମାଳ ହଳଦୀକୁ ମିଳିଲା NIP ଆୱାର୍ଡ଼

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ହଳଦୀକୁ ସଫଳତା ଉପରେ ସଫଳତା ମିଳିବାରେ ଲାଗିଛି। ପୂର୍ବରୁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ମିଳିସାରିଥିବା ବେଳେ ବର୍ତମାନ ରାଷ୍ଟ୍ରୀୟ ଜନମତ ସର୍ଭେରେ(GI Poll) କନ୍ଧମାଳ ହଳଦୀକୁ NIP(National Intellectual Property) ଆୱାର୍ଡ଼ ମିଳିଛି । ଦିଲ୍ଲୀରେ ଜାତୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ୍ସପୋର୍ଟର କନକ୍ଲେଭରେ ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋୟଲ କନ୍ଧମାଳ ହଳଦୀକୁ NIP ଆୱାର୍ଡ଼ ପ୍ରଦାନ କରିଛନ୍ତି। ଗତ ଅଗଷ୍ଟ ମାସ ୨୬ ରୁ ୨୮ […]

faci

  • Published: Wednesday, 19 October 2022
  • , Updated: 19 October 2022, 10:07 PM IST

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ହଳଦୀକୁ ସଫଳତା ଉପରେ ସଫଳତା ମିଳିବାରେ ଲାଗିଛି। ପୂର୍ବରୁ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ମିଳିସାରିଥିବା ବେଳେ ବର୍ତମାନ ରାଷ୍ଟ୍ରୀୟ ଜନମତ ସର୍ଭେରେ(GI Poll) କନ୍ଧମାଳ ହଳଦୀକୁ NIP(National Intellectual Property) ଆୱାର୍ଡ଼ ମିଳିଛି । ଦିଲ୍ଲୀରେ ଜାତୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ୍ସପୋର୍ଟର କନକ୍ଲେଭରେ ବିଭାଗୀୟ ମନ୍ତ୍ରୀ ପୀୟୂଷ ଗୋୟଲ କନ୍ଧମାଳ ହଳଦୀକୁ NIP ଆୱାର୍ଡ଼ ପ୍ରଦାନ କରିଛନ୍ତି। ଗତ ଅଗଷ୍ଟ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ India GI Fair ଅନୁଷ୍ଠିତ ହୋଇଥିଲା। ଏହା ପରେ NIP ଆୱାର୍ଡ଼ ପାଇଁ ୫ଟି ବିଭିନ୍ନ ବିଭାଗରେ ଦେଶର ବିଭିନ୍ନ ଲୋକପ୍ରିୟ GI Productକୁ ସ୍ଥାନିତ କରାଯାଇଥିଲା। ସେଥିରେ କନ୍ଧମାଳ ହଳଦୀକୁ ସ୍ଥାନ ମିଳିଥିଲା।

ତାପରେ NIP ଆୱାର୍ଡ଼ ପ୍ରଦାନ ପାଇଁ ଦେଶ ବ୍ୟାପୀ ଗତ ସେପ୍ଟେମ୍ବର ୨୬ ତାରିଖରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ହୋଇଥିଲା। ଯେଉଁଥିରେ କନ୍ଧମାଳ ହଳଦୀକୁ ସର୍ବାଧିକ ଜନମତ ମିଳିଥିଲା। ତେଣୁ କନ୍ଧମାଳ ହଳଦୀକୁ NIP ଆୱାର୍ଡ଼ ମିଳିଛି । ଏହି ଆୱାର୍ଡ଼ ମିଳିବା ପରେ କନ୍ଧମାଳ ହଳଦୀକୁ ଦେଶ ବିଦେଶରେ ପହଞ୍ଚାଉଥିବା “କସମ” ସଂସ୍ଥାର କର୍ମଚାରୀ ଏବଂ ସ୍ଥାନୀୟ ଚାଷୀମାନେ ବହୁତ ଖୁସି ପ୍ରକାଶ କରିଛନ୍ତି। ସାରା ଦେଶବାସୀ କନ୍ଧମାଳ ହଳଦୀକୁ ବହୁତ ଭଲ ପାଉଥିବା ଏଥିରୁ ପ୍ରମାଣିତ ହୋଇଛି ବୋଲି “କସମ” ସଂସ୍ଥାର ସମ୍ପାଦକ ସଞ୍ଜିତ ପଟ୍ଟନାୟକ କହିଛନ୍ତି।

Related story