କନ୍ଧମାଳ ଦଙ୍ଗା ଜାତିଅଣା-ସାମ୍ପ୍ରଦାୟିକ ଦଙ୍ଗା ଥିଲା: ଜଷ୍ଟିସ୍ ଏ.ଏସ୍. ନାଇଡୁ

ଭୁବନେଶ୍ୱର: କନ୍ଧମାଳ ଦଙ୍ଗା କେବଳ ସମ୍ପ୍ରଦାୟିକ ନ ଥିଲା। ଏକ ଜାତିଆଣ-ସାମ୍ପ୍ରଦାୟିକ ଦଙ୍ଗା ଥିଲା। ଏହା କହିଛନ୍ତି କନ୍ଧମାଳ ତଦନ୍ତ କମିଶନ୍ ମୁଖ୍ୟ ଜଷ୍ଟିସ୍ ଏ.ଏସ୍. ନାଇଡୁ। ନକଲି ଜାତି ପ୍ରମାଣପତ୍ର ଓ ଜମି ହଡ଼ପ ପରି କିଛି ଅଭିଯୋଗ,  ଜିଲ୍ଲାର ନାଁ ଫୁଲବାଣୀରୁ ବଦଳି କନ୍ଧମାଳ ହେବା ମଧ୍ୟ ହିଂସା ଓ ତିକ୍ତତା ସୃଷ୍ଟିର ଅନ୍ୟତମ କାରଣ ଥିଲା ବୋଲି ସେ ମତ ଦେଇଛନ୍ତି। ୨୦୦୮ କନ୍ଧମାଳ ଦଙ୍ଗାର ତଦନ୍ତ କରୁଥିବା ଜଷ୍ଟିସ୍ ଏ.ଏସ୍. ନାଇଡୁ […]

kandhamala

Rakesh Mallick
  • Published: Wednesday, 23 December 2015
  • , Updated: 23 December 2015, 05:13 PM IST

ଭୁବନେଶ୍ୱର: କନ୍ଧମାଳ ଦଙ୍ଗା କେବଳ ସମ୍ପ୍ରଦାୟିକ ନ ଥିଲା। ଏକ ଜାତିଆଣ-ସାମ୍ପ୍ରଦାୟିକ ଦଙ୍ଗା ଥିଲା। ଏହା କହିଛନ୍ତି କନ୍ଧମାଳ ତଦନ୍ତ କମିଶନ୍ ମୁଖ୍ୟ ଜଷ୍ଟିସ୍ ଏ.ଏସ୍. ନାଇଡୁ। ନକଲି ଜାତି ପ୍ରମାଣପତ୍ର ଓ ଜମି ହଡ଼ପ ପରି କିଛି ଅଭିଯୋଗ,  ଜିଲ୍ଲାର ନାଁ ଫୁଲବାଣୀରୁ ବଦଳି କନ୍ଧମାଳ ହେବା ମଧ୍ୟ ହିଂସା ଓ ତିକ୍ତତା ସୃଷ୍ଟିର ଅନ୍ୟତମ କାରଣ ଥିଲା ବୋଲି ସେ ମତ ଦେଇଛନ୍ତି।

୨୦୦୮ କନ୍ଧମାଳ ଦଙ୍ଗାର ତଦନ୍ତ କରୁଥିବା ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ରିପୋର୍ଟରେ କନ୍ଧମାଳ ଦଙ୍ଗାର ଏମିତି କିଛି ଦିଗକୁ ଉଜାଗର କରିଛନ୍ତି ଜଷ୍ଟିସ୍ ନାଇଡୁ। ସେ କହିଛନ୍ତି ଜିଲ୍ଲାର ନାଁ ନଁଫୁଲବାଣୀରୁ ବଦଳି କନ୍ଧମାଳ ହେବା, ଜାଲ୍ ଜାତିଗତ ପ୍ରମାଣପତ୍ର ହାସଲ କରି ଜମି ହଡ଼ପ ଓ ଆଦିବାସୀଙ୍କ ପାଇଁ ଥିବା ସୁବିଧା ହାତେଇବା ତିକ୍ତତା ସୃଷ୍ଟିର ଅନ୍ୟତମ କାରଣ।

କନ୍ଧମାଳ ଦଙ୍ଗା ପରେ ଜାଲ୍ ଜାତିଗତ ପ୍ରମାଣପତ୍ର ନେଇ ଜୋରଦାର ଧରପଗଡ଼ ଆରମ୍ଭ କରିଥିଲେ ରାଜ୍ୟ ସରକାର। ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରେ ମିଥ୍ୟା ଜାତିଗତ ପ୍ରମାଣପତ୍ର ନେଇ ଏପର୍ଯ୍ୟନ୍ତ ଏସସି-ଏସଟି ବିଭାଗ ଓ ଆରଡିସିଙ୍କ ପାଖରେ ମୋଟ୍ ୨ ହଜାର ୯୩ଟି ଅଭିଯୋଗ ହୋଇଛି। ସେ ଭିତରୁ ତଦନ୍ତ ପରେ ୬୯୬ଟି ଅଭିଯୋଗର ଫଇସଲା ହୋଇଥିବା କନ୍ଦମାଳ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ କହିଛନ୍ତି।

ତେବେ ଦଙ୍ଗାର କାରଣ ସହ, ଭବିଷ୍ୟତରେ କିଭଳି ଏହାର ପୁନରାବୃତ୍ତି ନ ହେବ ସେ ନେଇ ଜଷ୍ଟିସ୍ ନାଇଡୁ ତାଙ୍କ ରିପୋର୍ଟରେ ୪୦ଟି ନିରାକରଣ ଉପାୟ ବତାଇଛନ୍ତି।

Related story