କନ୍ଧମାଳ: ଏସବିଆଇ ଶାଖାରେ ଅଗ୍ନିକାଣ୍ଡ, ଆସବାବପତ୍ର ନଷ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନୂଆଁସାହି ନିକଟରେ ଥିବା ଏସବିଆଇ ଶାଖାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ବ୍ୟାଙ୍କ ନିକଟରେ ରହୁଥିବା ଲୋକ କହିଛନ୍ତି, “ଆଜି ସକାଳ ପ୍ରାୟ ୬ଟା ବେଳେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲୁ । ତା’ପରେ ଆମେ ସଙ୍ଗେ ସଙ୍ଗେ ବ୍ୟାଙ୍କ କର୍ମଚାରୀ ଓ ଫୁଲବାଣୀ ଅଗ୍ନିଶମ ବିଭାଗକୁ ଜଣାଇଥିଲୁ। ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ବ୍ୟାଙ୍କରେ […]

scbi fire

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 04:08 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନୂଆଁସାହି ନିକଟରେ ଥିବା ଏସବିଆଇ ଶାଖାରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।

ବ୍ୟାଙ୍କ ନିକଟରେ ରହୁଥିବା ଲୋକ କହିଛନ୍ତି, “ଆଜି ସକାଳ ପ୍ରାୟ ୬ଟା ବେଳେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲୁ । ତା’ପରେ ଆମେ ସଙ୍ଗେ ସଙ୍ଗେ ବ୍ୟାଙ୍କ କର୍ମଚାରୀ ଓ ଫୁଲବାଣୀ ଅଗ୍ନିଶମ ବିଭାଗକୁ ଜଣାଇଥିଲୁ। ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ବ୍ୟାଙ୍କରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିପଡ଼ିଥିଲେ। ବହୁ ସମୟ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ”

ଏସବିଆଇ ବ୍ୟାଙ୍କ ପରିଚାଳକ ସୁଶାନ୍ତ କୁମାର ମୁଦୁଲି କହିଛନ୍ତି,  “କେମିତି  ବ୍ୟାଙ୍କରେ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ବ୍ୟାଙ୍କର ବାହାରେ ଥିବା ଏସି, ଟେବୁଲ, ଚେୟାର ପୋଡି ନଷ୍ଟ ହୋଇଯାଇଛି। ବ୍ୟାଙ୍କର ରଖାଯାଇଥିବା ଟଙ୍କା, ମୂଲ୍ୟବାନ କାଗଜ ପତ୍ର ପୋଡ଼ି  ନାହିଁ।   ସଟ୍‌ସର୍କିଟ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।”

Related story