କନ୍ଧମାଳ ଜିଲ୍ଲା ମରୁଡି ଅଞ୍ଚଳ ପରିଦର୍ଶନ କଲେ ରାଜ୍ୟ କଂଗ୍ରେସ ଅନୁସନ୍ଧାନକାରୀ ଦଳ

କନ୍ଧମାଳ: ରାଜ୍ୟ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ କନ୍ଧମାଳ ଜିଲ୍ଲାର ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପୂର୍ବତନ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କ।ଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଟିମ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତୀପଡ଼ା, ରାଇଖୋଲ ପ୍ରଭୁତି ଅଞ୍ଚଳ ଗସ୍ତ କରି ବର୍ଷାଭାବ ଯୋଗୁ ଚାଷ ହୋଇପାରି ନ ଥିବା ଅଞ୍ଚଳ  ଓ ତଳି ନଷ୍ଟ ହୋଇଥିବା ଚାଷଜମି ବୁଲି ଦେଖିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ। ସମ୍ପୂର୍ଣ୍ଣ ଜିଲ୍ଲାକୁ […]

kandhamala

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 04:36 PM IST

କନ୍ଧମାଳ: ରାଜ୍ୟ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ କନ୍ଧମାଳ ଜିଲ୍ଲାର ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପୂର୍ବତନ ମନ୍ତ୍ରୀ କାହ୍ନୁ ଚରଣ ଲେଙ୍କ।ଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି ଟିମ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତୀପଡ଼ା, ରାଇଖୋଲ ପ୍ରଭୁତି ଅଞ୍ଚଳ ଗସ୍ତ କରି ବର୍ଷାଭାବ ଯୋଗୁ ଚାଷ ହୋଇପାରି ନ ଥିବା ଅଞ୍ଚଳ  ଓ ତଳି ନଷ୍ଟ ହୋଇଥିବା ଚାଷଜମି ବୁଲି ଦେଖିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ସମସ୍ୟା ମଧ୍ୟ ପଚାରି ବୁଝିଥିଲେ। ସମ୍ପୂର୍ଣ୍ଣ ଜିଲ୍ଲାକୁ ମରୁଡ଼ି ଘୋଷଣା କରି ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦେବା ପାଇଁ ଏହି ଫ୍ୟାକ୍ଟ ଫ।ଇଣ୍ଡିଂ ଟିମ୍ ଦାବି କରିଛି।

Related story