କେନ୍ଦୁଝର: ୮ ବର୍ଷର ଶିଶୁକୁ ଚେଙ୍କ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚମ ଗାଁର ୮ବର୍ଷର ଶିଶୁକୁ  ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।  ଶିଶୁଟିକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କେନ୍ଦୁଝର ମୁଖ୍ୟ ଚିକିତ୍ସାଧିକାରୀ କବିନ୍ଦ୍ର ପ୍ରସାଦ ସାହୁ କହିଛନ୍ତି। ହରିଚନ୍ଦନପୁର ପଞ୍ଚମ ଗାଁର ଦୁଇ ଦିନ ତଳେ ଗାଁର ଗୁରୁଚରଣ କଳା ନାମକ  ଜଣେ ୮ବର୍ଷର  ଶିଶୁକୁ ଜ୍ୱର ହୋଇଥିଲା। ତେବେ ଦୁଇ ଦିନ ଧରି ଜ୍ୱର ଭଲ ହେବା  ନ […]

kandijera

Rakesh Mallick
  • Published: Thursday, 30 June 2016
  • , Updated: 30 June 2016, 01:13 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପଞ୍ଚମ ଗାଁର ୮ବର୍ଷର ଶିଶୁକୁ  ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।  ଶିଶୁଟିକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପିଲାଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କେନ୍ଦୁଝର ମୁଖ୍ୟ ଚିକିତ୍ସାଧିକାରୀ କବିନ୍ଦ୍ର ପ୍ରସାଦ ସାହୁ କହିଛନ୍ତି।

ହରିଚନ୍ଦନପୁର ପଞ୍ଚମ ଗାଁର ଦୁଇ ଦିନ ତଳେ ଗାଁର ଗୁରୁଚରଣ କଳା ନାମକ  ଜଣେ ୮ବର୍ଷର  ଶିଶୁକୁ ଜ୍ୱର ହୋଇଥିଲା। ତେବେ ଦୁଇ ଦିନ ଧରି ଜ୍ୱର ଭଲ ହେବା  ନ ଯୋଗୁଁ  ଶିଶୁର ମାଆ  ଦିବାନୀ କଳା  ପୁଅ ମୁଣ୍ଡରେ  ଚେଙ୍କ ଦେଇଥିଲେ। ପରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ମୁଖ୍ୟ ଚିକିତ୍ସାଧିକାରୀ କବିନ୍ଦ୍ର ପ୍ରସାଦ ସାହୁ କହିଛନ୍ତି, “ଆଜି ଆମ ଶିଶୁ ୱାର୍ଡରେ ପଞ୍ଚମ ଗାଁର ଜଣେ ପିଲା ଭର୍ତ୍ତି ହୋଇଛି।  ଅନ୍ଧ ବିଶ୍ୱାସର ଶିକାର ହୋଇ ପିଲାଟି ମୁଣ୍ଡରେ ତା’ ମାଆ ଚେଙ୍କ ଦେଇଛି। ପିଲାଟି ଅବସ୍ଥା ଭଲ ଅଛି। ଶିଶୁଟିକୁ ଆମ ହସପିଟାଲରେ ମାଗଣାରେ ଚିକିତ୍ସା କରାଯିବ।”

Related story