କେନ୍ଦୁଝର ବେଲବାହାଳି ସଂଘର୍ଷ ଘଟଣା: ଗିରଫ ପରେ ଜେଲ ଗଲେ ୯୯ ଆନ୍ଦୋଳନକାରୀ

କେନ୍ଦୁଝର:  କୁଶେଇ ନଦୀ ଉପରେ ପ୍ରସ୍ତାବିତ ନୂଆ ପୋଲ ନିର୍ମାଣକୁ ବିରୋଧ କରି କେନ୍ଦୁଝର ବେଲବାହାଳିରେ ଗତକାଲି ଲଙ୍କାକାଣ୍ଡ ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ସେପଟେ ଆନ୍ଦୋଳନକାରୀମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ଏକ ବୈଠକ କରୁଥିବା ସୂଚନା ମିଳିଛି। ସଂଘର୍ଷ ପରେ ସେଠାରେ ଆଜି ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି। ସେପଟେ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗିରଫ ହୋଇଥିବା ସ୍ଥାନୀୟ ଅଞ୍ଚଳର ୬୩ଜଣ ମହିଳାଙ୍କ ସମେତ […]

kandujara

kandujara

Rakesh Mallick
  • Published: Wednesday, 08 July 2015
  • Updated: 08 July 2015, 06:44 AM IST

Sports

Latest News

କେନ୍ଦୁଝର:  କୁଶେଇ ନଦୀ ଉପରେ ପ୍ରସ୍ତାବିତ ନୂଆ ପୋଲ ନିର୍ମାଣକୁ ବିରୋଧ କରି କେନ୍ଦୁଝର ବେଲବାହାଳିରେ ଗତକାଲି ଲଙ୍କାକାଣ୍ଡ ପରେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ସେପଟେ ଆନ୍ଦୋଳନକାରୀମାନେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ଏକ ବୈଠକ କରୁଥିବା ସୂଚନା ମିଳିଛି। ସଂଘର୍ଷ ପରେ ସେଠାରେ ଆଜି ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି। ସେପଟେ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗିରଫ ହୋଇଥିବା ସ୍ଥାନୀୟ ଅଞ୍ଚଳର ୬୩ଜଣ ମହିଳାଙ୍କ ସମେତ ୯୯ଜଣଙ୍କୁ ଆଜି ପୋଲିସ କୋର୍ଟଚାଲାଣ କରିଛି । ଗତକାଲି ଲୋକଙ୍କ ଆକ୍ରମଣରେ ସ୍ଥାନୀୟ ବିଡିଓ ଏବଂ ୩ ସୁରକ୍ଷା ଅଧିକାରୀ ଗୁରୁତର ଆହତ ହୋଇଥିଲେ। ଉତ୍ୟକ୍ତ ଲୋକେ ଗାଡ଼ି ଓ ଅସ୍ଥାୟୀ କ୍ୟାମ୍ପ ପୋଡ଼ି ଦେବା ସହ ଦିନ ତମାମ ଏନ୍ଏଚ୍-୨୧୫ ଅବରୋଧ କରି ରଖିଥିଲେ। ଏହି ଘଟଣା ପରେ ଉତ୍ତରାଞ୍ଚଳ ଆଇଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos