ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କନ୍ଧମାଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚକାପାଦ ବ୍ଲକର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସନ୍ତୋଷଙ୍କ ବ୍ରହ୍ମପୁର ସ୍ଥିତ ନିଜ ଘର,ଶ୍ୱଶୁର ଘର,କନ୍ଧମାଳ ଜିଲ୍ଲାର ଟିକାବାଲି ସ୍ଥିତ ଭଡ଼ା ଘର ଓ ଚକାପାଦ ବ୍ଲକ କାର୍ଯ୍ୟାଳୟରେ ଏକ କାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଟିକାପାଲି ସ୍ଥିତ ଭଡ଼ାଘରୁ ନଗଦ ୨,୫୬,୦୦୦ ଟଙ୍କା ଓ କିଛି ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ଜମାଖାତା […]

v

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 10:33 AM IST

କନ୍ଧମାଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚକାପାଦ ବ୍ଲକର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ସନ୍ତୋଷଙ୍କ ବ୍ରହ୍ମପୁର ସ୍ଥିତ ନିଜ ଘର,ଶ୍ୱଶୁର ଘର,କନ୍ଧମାଳ ଜିଲ୍ଲାର ଟିକାବାଲି ସ୍ଥିତ ଭଡ଼ା ଘର ଓ ଚକାପାଦ ବ୍ଲକ କାର୍ଯ୍ୟାଳୟରେ ଏକ କାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଟିକାପାଲି ସ୍ଥିତ ଭଡ଼ାଘରୁ ନଗଦ ୨,୫୬,୦୦୦ ଟଙ୍କା ଓ କିଛି ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ଜମାଖାତା ଗୁଡିକରେ ପ୍ରାୟ ୧,୮୯,୪୨୧ ଟଙ୍କା ଡିପୋଜିଟ୍ ଥିବା ଜଣାପଡ଼ିଛି।

ସନ୍ତୋଷ ପାତ୍ର କହିଛନ୍ତି, “ବ୍ଲକରେ  ହୋଇଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ବକେୟା ଅର୍ଥ ଦେବା  ଲାଗି ମୁଁ ଘରେ ଟଙ୍କା ରଖିଥିଲି। ସେହି ଟଙ୍କାକୁ ଆଜି ଭିଜିଲାନ୍ସ ଜବତ କରିଛି।”

Related story