କଟକ: ମହାନଦୀ ଗଡ଼ଗଡ଼ିଆ ଘାଟରେ ଲାଗିବ ଦଉଡ଼ି ବ୍ୟାରିକେଡ୍

କଟକ: ମହାନଦୀ ଗଡ଼ଗଡ଼ିଆ ଘାଟରେ ନଦୀରେ ବିଭିନ୍ନ ସମୟରେ ଲୋକେ ବୁଡ଼ି ପ୍ରାଣ ହରାଉଥିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାକୁ କିପରି ରୋକା ଯାଇପାରିବ ସେ ନେଇ ଏଥିରେ ଆଲୋଚନା କରାଯାଇଥିଲା। ସତର୍କ ଫଳକ ଥାଇ ମଧ୍ୟ ବିଭିନ୍ନ ସମୟରେ ଏହି ଘାଟରେ ବୁଡ଼ି ଲୋକଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଗଡ଼ଗଡ଼ିଆ ଘାଟ ସମେତ ଚହଟା ଏବଂ ଦେବୀ ଗଡ଼ାରେ ୪ଟି ବଡ଼ ହୋଡିଂ ଲଗାଇବାକୁ […]

cuttack-collector

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 09:59 PM IST

କଟକ: ମହାନଦୀ ଗଡ଼ଗଡ଼ିଆ ଘାଟରେ ନଦୀରେ ବିଭିନ୍ନ ସମୟରେ ଲୋକେ ବୁଡ଼ି ପ୍ରାଣ ହରାଉଥିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାକୁ କିପରି ରୋକା ଯାଇପାରିବ ସେ ନେଇ ଏଥିରେ ଆଲୋଚନା କରାଯାଇଥିଲା। ସତର୍କ ଫଳକ ଥାଇ ମଧ୍ୟ ବିଭିନ୍ନ ସମୟରେ ଏହି ଘାଟରେ ବୁଡ଼ି ଲୋକଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଗଡ଼ଗଡ଼ିଆ ଘାଟ ସମେତ ଚହଟା ଏବଂ ଦେବୀ ଗଡ଼ାରେ ୪ଟି ବଡ଼ ହୋଡିଂ ଲଗାଇବାକୁ ଜିଲ୍ଲାପାଳ କହିଛନ୍ତି। ଏହା ବ୍ୟତୀତ ଗଡ଼ଗଡ଼ିଆ ଘାଟରେ ପାଣି ଭିତରେ ୪ ଫୁଟ ପର୍ଯ୍ୟନ୍ତ ଦଉଡ଼ି ସାହାଯ୍ୟରେ ବ୍ୟାରିକେଡ୍ କରିବା, ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଜଣ ସ୍ୱଚ୍ଛାସେବୀଙ୍କୁ ନିୟୋଜିତ କରିବା, ଲାଇଫ୍ ଜ୍ୟାକେଟ୍ ଓ ମେଗା ଫୋନ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ କଟକ ଏବଂ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ଗୁରିକରେ ସଚେତନତା ସୃଷ୍ଟି କରାଯିବା ବୋଲି ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।

ଏହି ବୈଠକରେ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀଙ୍କ ସମେତ ଉପ ଜିଲ୍ଲାପାଳ, ସିଏମ୍‌ସି ଓ ମହାନଗର ଶାନ୍ତି କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

Related story