କେନ୍ଦୁଝର: ଡିବିରିରୁ ନିଆଁ ଲାଗି ମା’ ଓ ପୁଅ ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପଲାଣଘାଟି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବାବେଳେ ଡିବିରିରୁ ନିଆଁ ଲାଗି ମା’ ଓ ୧୧ ମାସର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ହେଲେ ଲବଙ୍ଗଲତା ନାୟକ ଓ ତାଙ୍କ ୧୧ ମାସର ପୁଅ ଶୁଭମ୍। ଗୁରୁବାର ରାତିରେ ଖାଇ ସାରି ଶୋଇଥିବା ବେଳେ ପାଖରେ ଜଳୁଥିବା ଏକ ଡିବିରିରୁ ନିଆଁ ଲାଗି ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଗାଁ […]

sisu

Rakesh Mallick
  • Published: Friday, 27 November 2015
  • , Updated: 27 November 2015, 07:50 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପଲାଣଘାଟି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବାବେଳେ ଡିବିରିରୁ ନିଆଁ ଲାଗି ମା’ ଓ ୧୧ ମାସର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ହେଲେ ଲବଙ୍ଗଲତା ନାୟକ ଓ ତାଙ୍କ ୧୧ ମାସର ପୁଅ ଶୁଭମ୍।

ଗୁରୁବାର ରାତିରେ ଖାଇ ସାରି ଶୋଇଥିବା ବେଳେ ପାଖରେ ଜଳୁଥିବା ଏକ ଡିବିରିରୁ ନିଆଁ ଲାଗି ଏହି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।

Related story