ଖଣିଜ ସମ୍ପଦର ବିନିଯୋଗ କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତି ବ୍ୟବହାର ଉପରେ ବୈଜ୍ଞାନିକମାନେ ଗୁରୁତ୍ୱ ଦିଅନ୍ତୁ: ହର୍ଷ ବର୍ଦ୍ଧନ

ଭୁବନେଶ୍ୱର: ଖଣିଜ ସମ୍ପଦର ସଠିକ୍‌ ବିନିଯୋଗ କ୍ଷେତ୍ରରେ କିଭଳି ବୈଜ୍ଞାନିକ ଜ୍ଞାନକୌଶଳର ଅଧିକ ବ୍ୟବହାରା ହୋଇପାରିବ ସେ ନେଇ ବୈଜ୍ଞାନିକମାନେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାସହ ଗବେଷଣା ସାଙ୍ଗକୁ ଏହା ଜରିଆରେ କିଭଳି ସାଧାରଣ ଲୋକେ ଲାଭ ପାଇ ପାରିବେ ସେ ନେଇ ମଧ୍ୟ ଧ୍ୟାନ ଦେବା ଜରୁରୀ। ଭୁବନେଶ୍ୱର ସ୍ଥିତ ଆଇଆଇଏମ୍‌ଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହା କହିଛନ୍ତି। ଆଇଆଇଏମ୍‌ଟି ପରିସରରେ ସେ ଆଇରନ୍‌ […]

harsh-vardhan

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 10:23 PM IST

ଭୁବନେଶ୍ୱର: ଖଣିଜ ସମ୍ପଦର ସଠିକ୍‌ ବିନିଯୋଗ କ୍ଷେତ୍ରରେ କିଭଳି ବୈଜ୍ଞାନିକ ଜ୍ଞାନକୌଶଳର ଅଧିକ ବ୍ୟବହାରା ହୋଇପାରିବ ସେ ନେଇ ବୈଜ୍ଞାନିକମାନେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାସହ ଗବେଷଣା ସାଙ୍ଗକୁ ଏହା ଜରିଆରେ କିଭଳି ସାଧାରଣ ଲୋକେ ଲାଭ ପାଇ ପାରିବେ ସେ ନେଇ ମଧ୍ୟ ଧ୍ୟାନ ଦେବା ଜରୁରୀ। ଭୁବନେଶ୍ୱର ସ୍ଥିତ ଆଇଆଇଏମ୍‌ଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହା କହିଛନ୍ତି।

ଆଇଆଇଏମ୍‌ଟି ପରିସରରେ ସେ ଆଇରନ୍‌ ଓର୍‌ ପେଲେଟାଇଜେସନ୍‌ ପାଇଲଟ୍‌ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ। ଏହାସହ ଅନୁଷ୍ଠାନର ବୈଜ୍ଞାନିକ ଓ ଗବେଷକଙ୍କ ସହ ଆଲୋଚନା କରିଥିଲେ।

ସେ କହିଛନ୍ତି,“ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ୱତନ୍ତ୍ର ସ୍ଥାନ ରହିଛି। ଗତ ୨ରୁ ୩ ବର୍ଷ ମଧ୍ୟରେ ବିଦେଶରେ ରହୁଥିବା ୨୫୦ରୁ ଅଧିକ ଭାରତୀୟ ବୈଜ୍ଞାନିକ ସ୍ୱଦେଶ ଫେରିଛନ୍ତି। ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ କ୍ଷେତ୍ରରେ କିଭଳି ଅଧିକ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିହେବ ସେ ନେଇ ପଦକ୍ଷେପ ନିଆଯାଉଛି।”

ଅପରାହ୍ନରେ ହର୍ଷ ବର୍ଦ୍ଧନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସକୁ ଯାଇ ସେଠାରେ ନୂଆ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବିଲ୍ଡିଂକୁ ଲୋକାର୍ପଣ କରିଥିଲେ। ଏହାସହ ସେଠାରେ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ ଯୋଗ ଦେଇଥିଲେ।

Related story