ସୁଜାତା ଓ ଜନ୍ମେଜୟ ପାଇବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଓଡ଼ିଶାରୁ ଦୁଇ ଜଣଙ୍କୁ ମିଳିବ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାବୁ ଏହି ସମ୍ମାନ ପାଇବେ। ଗତକାଲି ଏହି ପୁରସ୍କାର ଘୋଷଣା କରାଯାଇଛି। ସଂଗୀତ,ନୃତ୍ୟ ଓ ଲୋକକଳାରେ ଉତ୍କର୍ଷ ଲାଭ କରିଥିବା ୪୨ଜଣଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ରାଷ୍ଟ୍ରପତି ଉଭୟଙ୍କୁ ଏକଲକ୍ଷଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରିବେ। ସେହିପରି ଓଡ଼ିଶୀ ନୃତ୍ୟ […]

sujata

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 09:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଓଡ଼ିଶାରୁ ଦୁଇ ଜଣଙ୍କୁ ମିଳିବ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର। ଓଡ଼ିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାବୁ ଏହି ସମ୍ମାନ ପାଇବେ। ଗତକାଲି ଏହି ପୁରସ୍କାର ଘୋଷଣା କରାଯାଇଛି।

ସଂଗୀତ,ନୃତ୍ୟ ଓ ଲୋକକଳାରେ ଉତ୍କର୍ଷ ଲାଭ କରିଥିବା ୪୨ଜଣଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ରାଷ୍ଟ୍ରପତି ଉଭୟଙ୍କୁ ଏକଲକ୍ଷଟଙ୍କା ଲେଖାଏଁ ଅର୍ଥରାଶି ସହ ପୁରସ୍କୃତ କରିବେ। ସେହିପରି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଜାହ୍ନବୀ ବେହେରା ଓ ସମ୍ବଲପୁରୀ ଲୋକସଂଗୀତ ପାଇଁ ସର୍ବେଶ୍ୱର ଭୋଇ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

 

 

Related story