କେନ୍ଦ୍ରକୁ ଯିବାକୁ ୫ ଆଇଏଏସଙ୍କୁ ଅନୁମତି

ଭୁବନେଶ୍ୱର: କେନ୍ଦ୍ରକୁ ଡେପୁଟେସନରେ ଯିବେ ୫ ଜଣ ଆଇଏଏସ। ଆଜି ରାଜ୍ୟ ସରକାର ସେମାନଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଥିବା ଏହି ଆଇଏଏସମାନେ ହେଲେ ଅରବିନ୍ଦ ପାଢ଼ୀ, ଉଷା ପାଢ଼ୀ, ନିକୁଞ୍ଜ ସୁନ୍ଦରାୟ, ଏସ୍ ଆଶ୍ୱଥି ଓ ପରାଗ ଗୁପ୍ତା। ଏହି ୫ ଆଇଏଏସ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଆବେଦନ କରିଥିଲେ। ଗୋଟିଏ ପଟେ ୫ ଆଇଏଏସଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବାକୁ ସରକାର ଅନୁମତି ଦେଇଥିବା ବେଳେ ଅନ୍ୟପଟରେ ଆଇଏଏସ ସ୍ତରରେ […]

arabinda

Rakesh Mallick
  • Published: Saturday, 02 May 2015
  • , Updated: 02 May 2015, 09:22 AM IST

ଭୁବନେଶ୍ୱର: କେନ୍ଦ୍ରକୁ ଡେପୁଟେସନରେ ଯିବେ ୫ ଜଣ ଆଇଏଏସ। ଆଜି ରାଜ୍ୟ ସରକାର ସେମାନଙ୍କୁ ଏହି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଥିବା ଏହି ଆଇଏଏସମାନେ ହେଲେ ଅରବିନ୍ଦ ପାଢ଼ୀ, ଉଷା ପାଢ଼ୀ, ନିକୁଞ୍ଜ ସୁନ୍ଦରାୟ, ଏସ୍ ଆଶ୍ୱଥି ଓ ପରାଗ ଗୁପ୍ତା। ଏହି ୫ ଆଇଏଏସ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଆବେଦନ କରିଥିଲେ।

ଗୋଟିଏ ପଟେ ୫ ଆଇଏଏସଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବାକୁ ସରକାର ଅନୁମତି ଦେଇଥିବା ବେଳେ ଅନ୍ୟପଟରେ ଆଇଏଏସ ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ଏହି ଅଦଳବଦଳ କ୍ରମରେ ବିଷ୍ଣୁ ପ୍ରସାଦ ସାହୁଙ୍କୁ ବୈଷୟିକ ଶିକ୍ଷା ନିର୍ଦେଶକ ପଦବୀରେ ଅବସ୍ଥାପିତ କରାଯାଇଛି। ସେହପିରି ବିଷ୍ଣୁ ପ୍ରସାଦ ପୃଷ୍ଟିଙ୍କୁ ମାର୍କଫେଡର ନିର୍ଦେଶକ ପଦବୀକୁ ବଦଳି କରାଯାଇଛି। ଅନୀଲ ସାମଲଙ୍କୁ ପର୍ଯ୍ୟଟନ ନିର୍ଦେଶକ କରାଯାଇଛି। ସେ ଓଟିଡିସିର ପରିଚାଳନା ନିର୍ଦେଶକ (ଏମଡି) ଦାୟିତ୍ୱ ମଧ୍ୟ ତୁଲାଇବେ।

ମନୋରଞ୍ଜନ ପଟ୍ଟନାୟକଙ୍କୁ ଜେଲ ବିଭାଗର ଆଇଜି ଭାବେ ଅବସ୍ଥାପିତ କରାଯାଇଛି।

Related story