କେନ୍ଦ୍ରାପଡ଼ା: ୨୫ ଲକ୍ଷରୁ ଊର୍ଦ୍ଧ୍ୱ ୫୦୦ ଓ ୧୦୦୦ ଟଙ୍କିଆ ଜବତ, ସୁନା ବ୍ୟବସାୟୀ ଅଟକ

କେନ୍ଦ୍ରାପଡ଼ା: କଟକର ପାରସ ନାଥ ଶାହା ନାମକ ଜଣେ ସୁନା ବ୍ୟବସାୟୀଙ୍କ କାରରୁ ୨୫ ଲକ୍ଷ ୫୦ ହଜାର ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଠାବ କରାଯାଇଛି। କେନ୍ଦ୍ରାପଡ଼ା ପୋଲିସ ଏହି ଟଙ୍କା ଜବତ କରିବା ସହ ପାରସ ଏବଂ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ପାରସ ଟଙ୍କା ଧରି ଜଣେ ସହଯୋଗୀ ସହ ଏକ କାରରେ କେନ୍ଦ୍ରାପଡ଼ା ଯାଉଥିବା ସ୍ଥାନୀୟ ପୋଲିସ ସୂଚନା ପାଇଥିଲା। ପୋଲିସ କାରର ପିଛା […]

note

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 08:25 PM IST

କେନ୍ଦ୍ରାପଡ଼ା: କଟକର ପାରସ ନାଥ ଶାହା ନାମକ ଜଣେ ସୁନା ବ୍ୟବସାୟୀଙ୍କ କାରରୁ ୨୫ ଲକ୍ଷ ୫୦ ହଜାର ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଠାବ କରାଯାଇଛି। କେନ୍ଦ୍ରାପଡ଼ା ପୋଲିସ ଏହି ଟଙ୍କା ଜବତ କରିବା ସହ ପାରସ ଏବଂ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପାରସ ଟଙ୍କା ଧରି ଜଣେ ସହଯୋଗୀ ସହ ଏକ କାରରେ କେନ୍ଦ୍ରାପଡ଼ା ଯାଉଥିବା ସ୍ଥାନୀୟ ପୋଲିସ ସୂଚନା ପାଇଥିଲା। ପୋଲିସ କାରର ପିଛା କରି ତିନିମୁହାଣୀ ଛକରେ ବ୍ୟବସାୟୀଙ୍କୁ ଧରିଥିଲା।

ପାରସ କହିଛନ୍ତି,“ଏହା ମୋର ସୁନା ବିକ୍ରି ଟଙ୍କା। ବ୍ୟାଙ୍କରେ ଜମା ପାଇଁ ଯାଉଥିଲି। ଏହା ଦୀପାବଳୀରେ ଗହଣା ବିକ୍ରି ଟଙ୍କା। ପ୍ରାୟ ଏକ କେଜି ସୁନା ବିକ୍ରି ହୋଇଥିଲା। ମୁଁ ଟ୍ୟାକ୍ସ ଭରିଛି, ବ୍ୟାଙ୍କରୁ ଋଣ ଆଣି ସୁନା ବ୍ୟବସାୟ କରୁଛି। ସରକାରୀ ନିର୍ଦ୍ଦେଶ ଅନୁସାରେ ମୁଁ ସୁନା ବିକ୍ରି ଟଙ୍କା ବ୍ୟାଙ୍କରେ ଲଗାଇବାକୁ ଯାଉଥିଲି। କଟକ ଓ କେନ୍ଦ୍ରାପଡ଼ରେ ବିଭିନ୍ନ ବ୍ୟାଙ୍କରେ ମୋର ଓ ବାପାଙ୍କର ଆକାଉଣ୍ଟ ଅଛି। ସେଥିରେ ଏହାକୁ ଜମା କରିଥାନ୍ତି।”

କେନ୍ଦ୍ରାପଡ଼ା ଥାନା ଆଇଆଇସି ସଞ୍ଜୟ ମହାନ୍ତି କହିଛନ୍ତି,“୨୫ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛୁ। ଏତେ ଟଙ୍କା କେଉଁଠୁ ଆଣିଲେ ପଚରା ଯିବାରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛୁ।”

Related story