ଗର୍ଭବତୀଙ୍କୁ ଗୋଇଠା ମାରିଲେ ଡକାୟତ, ପେଟରେ ମରିଗଲା ୭ ମାସର ଶିଶୁ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦାଷିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଲୁଟ୍‌ ବେଳେ ଦୁର୍ବୃତ୍ତଙ୍କ ଗୋଇଠା ମାଡ଼ ଯୋଗୁଁ ଏକ ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭମତୀ ମହିଳା ଜଣଙ୍କ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଗତ ୧୧ ତାରିଖରେ ଖଟିଥିଲା। ଲୁଟ୍‌ ବେଳେ ଦୁର୍ବୃତ୍ତମାନେ ମହିଳାଙ୍କ ପେଟକୁ ଗୋଇଠା ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ମଲା ଶିଶୁକୁ […]

loot

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 06:16 PM IST

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦାଷିଆରେ ଘଟିଛି ଏକ ଅଭାବନୀୟ ଘଟଣା। ଲୁଟ୍‌ ବେଳେ ଦୁର୍ବୃତ୍ତଙ୍କ ଗୋଇଠା ମାଡ଼ ଯୋଗୁଁ ଏକ ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭମତୀ ମହିଳା ଜଣଙ୍କ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଘଟଣାଟି ଗତ ୧୧ ତାରିଖରେ ଖଟିଥିଲା। ଲୁଟ୍‌ ବେଳେ ଦୁର୍ବୃତ୍ତମାନେ ମହିଳାଙ୍କ ପେଟକୁ ଗୋଇଠା ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ମଲା ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ପୋଲିସ୍‌ ତଦନ୍ତ ଚଳାଇଛି। ଡକାୟତିରେ ସମ୍ପୃକ୍ତି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story