କେନ୍ଦ୍ରାପଡା ଯୁବକଙ୍କୁ ଲିବ୍ୟାରୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଲିବ୍ୟାରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇ ମୁକ୍ତି ପାଇଥିବା କେନ୍ଦ୍ରାପଡା ଜିଲ୍ଲାର ପ୍ରଭାସ ରଞ୍ଜନ ସାମଲଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ବରିଷ୍ଠ ବିଜେଡି ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସାଂସଦ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ରଲେଖି ଲିବ୍ୟାରେ ପ୍ରଭାସଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ସୂନଚାଯୋଗ୍ୟ ଯେ, ଲିବ୍ୟାରେ ଏକ ହସ୍ପିଟାଲରେ […]

Baijayant Panda, MP

Baijayant Panda, MP

Rakesh Mallick
  • Published: Friday, 18 September 2015
  • Updated: 18 September 2015, 12:03 PM IST

Baijayant Panda, MPଭୁବନେଶ୍ୱର: ଲିବ୍ୟାରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇ ମୁକ୍ତି ପାଇଥିବା କେନ୍ଦ୍ରାପଡା ଜିଲ୍ଲାର ପ୍ରଭାସ ରଞ୍ଜନ ସାମଲଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ବରିଷ୍ଠ ବିଜେଡି ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସାଂସଦ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ରଲେଖି ଲିବ୍ୟାରେ ପ୍ରଭାସଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।

ସୂନଚାଯୋଗ୍ୟ ଯେ, ଲିବ୍ୟାରେ ଏକ ହସ୍ପିଟାଲରେ କାର୍ଯ୍ୟରତ ପ୍ରଭାସଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପକ୍ଷରୁ ଅପହରଣ କରିନିଆଯାଇଥିଲା । ତେବେ ଗତ ବୁଧବାର ସନ୍ଧ୍ୟାରେ ଏହି ଆତଙ୍କୀ ସଂଗଠନ ତାଙ୍କୁ ପୂର୍ବପରି ହସ୍ପିଟାଲରେ କାମ କରିବାକୁ ସର୍ତ୍ତ ରଖି ଛାଡିଦେଇଥିଲା । ସେଠାରୁ ମୁକ୍ତି ପାଇବା ପରେ ପ୍ରଭାସ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିବା ଓ ତାଙ୍କ ଫୋନରୁ ରାଉରକେଲାରେ ରହୁଥିବା ନିଜ ଭାଉଜଙ୍କୁ ମୁକ୍ତି ପାଇଥିବା ବିଷୟରେ ଜଣାଇଥିଲେ । ପ୍ରଭାସ ଭାରତ ଫେରି ଆସିବାକୁ ଚାହୁଁଥିବା ଓ ତାଙ୍କ ପରିବାର ଲୋକେ ତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଥିବା ସାଂସଦ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos