ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ‘ଓଟିଭି’କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍ । କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି । ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ କରି ଜଣାଇଛନ୍ତି । ସେହିପରି ତାଙ୍କ ପଦକ୍ଷେପର ଆଧାର ସଂପର୍କରେ ବି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ।
କେନ୍ଦ୍ରାପଡ଼ାରେ ଓଟିଭି ପ୍ରତିନିଧି ମନୋଜ ସ୍ବାଇଁଙ୍କୁ ଦୁର୍ବବ୍ୟବହାର ଓ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ ସଂପର୍କିତ ଖବର ପ୍ରସାରଣ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ସେ ଏଥିରେ ଉଲ୍ଲେଖ କରିଛନ୍ତି। ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଖବର ଗତବର୍ଷ ନଭେମ୍ବର ୫ ତାରିଖରେ ଓ ଜାଲ୍ ସାର୍ଟିଫିକେଟ୍ ଖବର ଗତ ଫେବ୍ରୁଆରୀ ୨ ତାରିଖରେ ପ୍ରସାରିତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।