କେନ୍ଦ୍ରାପଡ଼ାରେ ସୋସିଆଲ ମିଡ଼ିଆ ଉପରୁ ଉଠିଲା କଟକଣା

କେନ୍ଦ୍ରାପଡ଼ା: ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟିଂକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଜିଲ୍ଲାପ୍ରଶାସନ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଥିଲେ। ଆଜି ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା କଟକଣା ଉଠିଯାଇଛି। କେନ୍ଦ୍ରାପଡ଼ାର ସ୍ଥିତି ସ୍ୱାଭାବିକ ରହିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ସହରରେ ଆଜି ଆଉ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ୫ଟି ଅସ୍ଥାୟୀ ପୋଲିସ୍‌ ପଏଣ୍ଟ ଖୋଲା ଯାଇଛି। ପୂର୍ବରୁ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଆଇଜି […]

internet-user-s-silhouette_23-2147497532

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 05:41 PM IST

କେନ୍ଦ୍ରାପଡ଼ା: ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟିଂକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଜିଲ୍ଲାପ୍ରଶାସନ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଥିଲେ। ଆଜି ଇଣ୍ଟରନେଟ୍‌ ସେବା ଉପରେ ଲାଗିଥିବା କଟକଣା ଉଠିଯାଇଛି।

କେନ୍ଦ୍ରାପଡ଼ାର ସ୍ଥିତି ସ୍ୱାଭାବିକ ରହିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ସହରରେ ଆଜି ଆଉ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିବା ବେଳେ ୫ଟି ଅସ୍ଥାୟୀ ପୋଲିସ୍‌ ପଏଣ୍ଟ ଖୋଲା ଯାଇଛି। ପୂର୍ବରୁ ୮ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡ଼ାରେ ରହି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ସହରରେ ବିଭିନ୍ନ ସ୍ଥାନରେ ପୋଲିସ ପାଟ୍ରୋଲିଂ ଜାରି ରହିଛି। ଅନ୍ୟପକ୍ଷରେ ବିବାଦୀୟ ଭିଡିଓ ପୋଷ୍ଟ ଓ ସେୟାର ସମ୍ପର୍କରେ ଅଧିକ ତଥ୍ୟ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି କେନ୍ଦ୍ରାପଡ଼ା ଏସ୍‌ପି କହିଛନ୍ତି।

Related story