କେନ୍ଦ୍ରୀୟ ଅନୁଦାନରେ କାଣ୍ଟଛାଣ୍ଟ୍: ପ୍ରମୁଖ ଯୋଜନାଗୁଡ଼ିକୁ ଚାଲୁ ରଖିବାକୁ ରାଜ୍ୟ ସରକାର ଦେବେ ଅର୍ଥ

ଭୁବନେଶ୍ୱର: ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ କାଟଛାଣ୍ଟ୍ କରାଯାଇଛି। ଏହାସତ୍ତ୍ୱେ ରାଜ୍ୟରେ ପ୍ରମୁଖ ଯୋଜନାଗୁଡ଼ିକ ଚାଲୁ ରହିବ। ଏଥିପାଇଁ ରାଜ୍ୟ ବଜେଟରୁ ବ୍ୟୟ ବରାଦ କରାଯିବ। ଶନିବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା। ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କାଟଛାଣ୍ଟ ପ୍ରସଙ୍ଗରେ ଆଜି  ତାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକ ପରେ ସେ ଦେଇଥିଲେ ଏହି ସୂଚନା। ଉନ୍ନୟନ କମିଶନର କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ […]

u.n-behera

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 10:28 AM IST

ଭୁବନେଶ୍ୱର: ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ କାଟଛାଣ୍ଟ୍ କରାଯାଇଛି। ଏହାସତ୍ତ୍ୱେ ରାଜ୍ୟରେ ପ୍ରମୁଖ ଯୋଜନାଗୁଡ଼ିକ ଚାଲୁ ରହିବ। ଏଥିପାଇଁ ରାଜ୍ୟ ବଜେଟରୁ ବ୍ୟୟ ବରାଦ କରାଯିବ। ଶନିବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା।

ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କାଟଛାଣ୍ଟ ପ୍ରସଙ୍ଗରେ ଆଜି  ତାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକ ପରେ ସେ ଦେଇଥିଲେ ଏହି ସୂଚନା।

ଉନ୍ନୟନ କମିଶନର କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ୮ଟି ଯୋଜନାକୁ ବନ୍ଦ କରାଯାଇଛି। ସେହିଭଳି ୩୩ଟି ଯୋଜନାରେ ପାଣ୍ଠି ପ୍ରଦାନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ତେବେ ରାଜ୍ୟ ସରକାର ପ୍ରମୁଖ ୮ଟି ଯୋଜନାକୁ ଚାଲୁ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି।  ଏହା ମଧ୍ୟରେ କେବିକେ ଅଞ୍ଚଳରେ ଚାଲିଥିବା ଆରଏଲଟିଏଲପି, ଆଇଏପି, ବିଆରଜିଏଫ୍ ଭଳି ଯୋଜନା ରହିଛି।

ଆଜିର ଏହି ବୈଠକରେ ନୀତି ଆୟୋଗ ସଦସ୍ୟ ଓ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।

Related story