କେନ୍ଦ୍ରୀୟ ଯୋଜନା ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର, ରାଜ୍ୟ ସରକାରଙ୍କ ଲାଗି ବୋଝ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର :  ଦୁଇଦିନ ତଳେ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ପାଇଁ ବୋଝ ହେବ ବୋଲି  ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ କହିଛନ୍ତି । ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ତର୍ଜମା କରୁଛନ୍ତି ବୋଲି ସେ କହିଛନ୍ତି। ବସ୍ତିଲୋକ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଏହି ଯୋଜନା ଅନ୍ତର୍ଗତ ୪ପ୍ରକାର ଘର  ଦିଆଯିବ। ବସ୍ତି […]

Puspendra

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 06:59 AM IST

ଭୁବନେଶ୍ୱର :  ଦୁଇଦିନ ତଳେ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ପାଇଁ ବୋଝ ହେବ ବୋଲି  ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ କହିଛନ୍ତି । ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ତର୍ଜମା କରୁଛନ୍ତି ବୋଲି ସେ କହିଛନ୍ତି। ବସ୍ତିଲୋକ ଓ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଏହି ଯୋଜନା ଅନ୍ତର୍ଗତ ୪ପ୍ରକାର ଘର  ଦିଆଯିବ। ବସ୍ତି ଉନ୍ନୟନ ବାବଦରେ ଘର କରିବାକୁ କେନ୍ଦ୍ର ସରକାର ଗୋଟିଏ ଘର ପାଇଁ ୧ ଲକ୍ଷ ଟଙ୍କା ଦେବେ ।  ବାକି ଟଙ୍କା ରାଜ୍ୟ ସରକାର ଓ  ଘରୋଇ ଭାଗିଦାରୀରୁ ଆସିବ । ତେବେ ଏପରି ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବାକୁ ରାଜି ନାହାନ୍ତି । ଏପଟେ ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରି ରାଜ୍ୟ ସରକାର ବସ୍ତିଲୋକଙ୍କୁ ଘର ଦେବାପାଇଁ ଯୋଜନା ପ୍ରସ୍ତୁତ କରିଥିବାରୁ କେନ୍ଦ୍ରୀୟ ଯୋଜନାକୁ କିପରି କାର୍ଯ୍ୟକାରୀ କରିବେ ସେ ନେଇ ତର୍ଜମା କରୁଛନ୍ତି।

Related story