ଅଟୋ-ଟ୍ରକ୍‌ ମୁହାଁମୁହିଁ, ଦୁଇ ମୃତ

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ସହର ନିକଟସ୍ଥ ହଳଦିଆଟାଙ୍ଗିରୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ  ମୃତ୍ୟୁ ହୋଇଯାଇଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କାଦିକଲା ଗାଁର ନୁରଚାନ୍ଦ ଶେଖ୍ ଓ ମିଠୁ ଶେଖ୍ ଆଜି ଭୋର ପ୍ରାୟ ୪ଟାରେ କେନ୍ଦୁଝରରେ ପହଞ୍ଚିଥିଲେ। ସେମାନେ ଏକ ଅଟୋରେ ଯାଉଥିବା ବେଳେ ହଳଦିଆଟାଙ୍ଗିରୀରେ ସମ୍ମୁଖରୁ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ […]

Kendujhar

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 10:30 AM IST

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ସହର ନିକଟସ୍ଥ ହଳଦିଆଟାଙ୍ଗିରୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ସହ ଟ୍ରକର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ  ମୃତ୍ୟୁ ହୋଇଯାଇଛି।

ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା କାଦିକଲା ଗାଁର ନୁରଚାନ୍ଦ ଶେଖ୍ ଓ ମିଠୁ ଶେଖ୍ ଆଜି ଭୋର ପ୍ରାୟ ୪ଟାରେ କେନ୍ଦୁଝରରେ ପହଞ୍ଚିଥିଲେ। ସେମାନେ ଏକ ଅଟୋରେ ଯାଉଥିବା ବେଳେ ହଳଦିଆଟାଙ୍ଗିରୀରେ ସମ୍ମୁଖରୁ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story