୮ ଆନ୍ତଃରାଜ୍ୟ କମ୍ପ୍ୟୁଟର ଚୋର ଗିରଫ, ୧୫ କମ୍ପ୍ୟୁଟର ଜବତ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଲିସ ଆଜି ୮ ଜଣ ଆନ୍ତଃରାଜ୍ୟ କମ୍ପ୍ୟୁଟର ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୧୫ଟି କମ୍ପ୍ୟୁଟର ଜବତ କରିଛି। ଗତ ୨ ତାରିଖରେ ସରକାରୀ ଇଞ୍ଜିନିୟରିଂ କଲେଜରୁ ୧୭ଟି କମ୍ପ୍ୟୁଟର ଚୋରି ହୋଇଥିଲା। ଏନେଇ କଲେଜ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଦୁଇ କମ୍ପ୍ୟୁଟର ଉଦ୍ଧାର ପାଇଁ ପୋଲିସ […]

kendujhar-police arrest

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 05:51 PM IST

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଲିସ ଆଜି ୮ ଜଣ ଆନ୍ତଃରାଜ୍ୟ କମ୍ପ୍ୟୁଟର ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୧୫ଟି କମ୍ପ୍ୟୁଟର ଜବତ କରିଛି।

ଗତ ୨ ତାରିଖରେ ସରକାରୀ ଇଞ୍ଜିନିୟରିଂ କଲେଜରୁ ୧୭ଟି କମ୍ପ୍ୟୁଟର ଚୋରି ହୋଇଥିଲା। ଏନେଇ କଲେଜ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଦୁଇ କମ୍ପ୍ୟୁଟର ଉଦ୍ଧାର ପାଇଁ ପୋଲିସ ପ୍ରୟାସ ଚଳାଇଛି।

ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କହିଛନ୍ତି,“କଲେଜରୁ କମ୍ପ୍ୟୁଟର ଚୋରି ନେଇ ଅଭିଯୋଗ ହେବା ପରେ ସୁଇପରଙ୍କ ଉପରେ ସନ୍ଦେହ ହୋଇଥିଲା। ତାଙ୍କୁ ପଚରାଉଚରା କରାଯିବାରୁ ଚୋରି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥିଲା। ପୋଲିସ୍‌ ତାଙ୍କ ବୟାନକୁ ଆଧାର କରି ଅନ୍ୟ ଅଭିଯୁକ୍ତଙ୍କୁ ଗରିଫ କରିଛି। ଏହି ଲୁଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ଜଣାପଡ଼ି।”

Related story