କେନ୍ଦୁଝର: ଉଜୁଡ଼ା କ୍ଷେତକୁ ଦେଖି ଚାଷୀଙ୍କ ମୃତ୍ୟୁ

କେନ୍ଦୁଝର: ବର୍ଷା ଠିକରେ ହେଲାନାହିଁ । ଫସଲ ଉଜୁଡ଼ି ଗଲା। ଜମିରେ ଉଜୁଡ଼ା ଚାଷକୁ ଦେଖି ବୁଧବାର କେନ୍ଦୁଝର ଜିଲ୍ଲାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିଛି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ଗାଁରେ । ମୃତ ଚାଷୀ ଜଣଙ୍କ ହେଲେ ସନ୍ତୋଷ ପାତ୍ର। ବୁଧବାର ସନ୍ତୋଷ କ୍ଷେତକୁ ଯାଇଥିଲେ। ସେଠାରେ ଉଜୁଡ଼ା କ୍ଷେତକୁ ଦେଖି ସେ ପ୍ରଥମେ ବେହୋସ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ […]

chasi

Rakesh Mallick
  • Published: Thursday, 19 November 2015
  • , Updated: 19 November 2015, 03:15 AM IST

କେନ୍ଦୁଝର: ବର୍ଷା ଠିକରେ ହେଲାନାହିଁ । ଫସଲ ଉଜୁଡ଼ି ଗଲା। ଜମିରେ ଉଜୁଡ଼ା ଚାଷକୁ ଦେଖି ବୁଧବାର କେନ୍ଦୁଝର ଜିଲ୍ଲାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଘଟିଛି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ଗାଁରେ । ମୃତ ଚାଷୀ ଜଣଙ୍କ ହେଲେ ସନ୍ତୋଷ ପାତ୍ର।

ବୁଧବାର ସନ୍ତୋଷ କ୍ଷେତକୁ ଯାଇଥିଲେ। ସେଠାରେ ଉଜୁଡ଼ା କ୍ଷେତକୁ ଦେଖି ସେ ପ୍ରଥମେ ବେହୋସ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସନ୍ତୋଷଙ୍କ ପତ୍ନୀଙ୍କ କହିବାନୁସାରେ ଚାଷ ପାଇଁ ତାଙ୍କ ସ୍ୱାମୀ ପ୍ରାୟ ୫୦ ହଜାର ଟଙ୍କା ହାତଉଧାର ଆଣିଥିଲେ। ଫସଲ ନଷ୍ଟ ହୋଇଯିବା ଦେଖି ସେ ଏହି ଟଙ୍କା ସୁଝିବା ଓ ପରିବାର ଭରଣ ପୋଷଣ କରିବାକୁ ନେଇ ଚିନ୍ତିତ ହୋଇଯାଇଥିଏ।

Related story