ପ୍ରଶାସନର ଚିଠି ପରେ ବି ଖଣି ଅଞ୍ଚଳ ଛାଡ଼ୁନାହାନ୍ତି ଲିଜଧାରୀ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାରେ ଲଘୁ ଖଣିଜ ଚୋରି ଖବର ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଥିପାଇଁ ସରକାରଙ୍କର ଅନେକ ରାଜସ୍ୱ ହାନୀ ହେଉଥିବାରୁ ପ୍ରଶାସନିକସ୍ତରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ତଥାପି କେତେକ ସ୍ଥାନରେ ପ୍ରଶାସନର ଆଖି ସମ୍ମୁଖରେ ବେଆଇନ କ୍ଵାରି ଚାଲୁଥିବା ଅଭିଯୋଗ ହେଉଛି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣି କ୍ଷେତ୍ରରେ । ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ […]

tio

tio

Tapas Behera
  • Published: Saturday, 28 August 2021
  • Updated: 28 August 2021, 06:27 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାରେ ଲଘୁ ଖଣିଜ ଚୋରି ଖବର ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଥିପାଇଁ ସରକାରଙ୍କର ଅନେକ ରାଜସ୍ୱ ହାନୀ ହେଉଥିବାରୁ ପ୍ରଶାସନିକସ୍ତରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ତଥାପି କେତେକ ସ୍ଥାନରେ ପ୍ରଶାସନର ଆଖି ସମ୍ମୁଖରେ ବେଆଇନ କ୍ଵାରି ଚାଲୁଥିବା ଅଭିଯୋଗ ହେଉଛି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଆମ୍ବଡହରା ପଥର ଖଣି କ୍ଷେତ୍ରରେ । ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନ ଥିବା ଅଭିଯୋଗ ହେଉଛି । ଲିଜଧାରୀଙ୍କୁ ଚିଠି କରାଯାଇଥିଲେ ମାସ ମାସ ଧରି ଏହାକୁ ଲିଜ୍‌ଧାରୀ ଭୂକ୍ଷେପ କରୁଥିବା ମନେ ହେଉଛି। ଏପଟେ ତହସିଲଦାର ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।

ଆମ୍ବଡହରା ପଥର କ୍ଵାରି । ଶୁଆକାଟୀ ରାଜସ୍ୱ ସର୍କଲର ପ୍ଲଟ୍ ନମ୍ବର ୫୪୩ରେ ଅବସ୍ଥିତ । ୧୫ ଏକର ପରିମିତ ଏହି ପ୍ଲଟକୁ ମେସର୍ସ ଫର୍ଜୁନ ଆସୋସିଏଟ୍ ପ୍ରା ଲି ସଂସ୍ଥାକୁ ୨୦୧୫ରେ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ମାଇନଂ ପ୍ଲାନ୍ ଓ ପରିବେଶ ମଞ୍ଜୁରୀରେ ବିଳମ୍ବ କାରଣରୁ ଏଠାରେ ଖଣିକାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ଲିଜଧାରୀ ଏଠାରେ ପାଖାପାଖି ୧୫୦ ପୁଟ୍ ଗଭୀରର ଏକ ପଥରଖଣି କରି କୋଟିକୋଟି ଟଙ୍କାର ପଥର ବାହାର କରିଛନ୍ତି । ଏଠାରେ କ୍ରସର ୟୁନିଟ୍ ମଧ୍ୟ ସ୍ଥାପନ କରିଛନ୍ତି । ସବୁଠାରୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏଠାରେ ଗୋଟିଏ କ୍ରସର ୟୁନିଟ କାର୍ଯ୍ୟ କରିବାକୁ ଅନୁମତି ଥିବା ବେଳେ ଦୁଇଟି ମୋବାଇଲ କ୍ରସର ସହ ତିନୋଟି କ୍ରସର ଚଲାଉଥିବା ଅଭିଯୋଗ ହେଉଛି । ଯାହା ତଦନ୍ତ ସାପେକ୍ଷ । ୨୦୧୫ ଫେବୃଆରୀ ୬ରୁ ଆରମ୍ଭ ହୋଇଥିବା ଚିଠି ପରେ ମଧ୍ୟ ଲିଜ୍‌ଧାରୀଙ୍କ ଉକ୍ତ ପଥରକାରିର ଲିଜ୍ ସମୟ ୨୦୨୧ ଫେବୃଆରୀ ୫ର ସମାପ୍ତ ହୋଇସାରିଛି । କିନ୍ତୁ ଲିଜଧାରୀ ଏଠାରୁ କ୍ରସର ଅନ୍ୟତ୍ର ଉଠାଇ ନାହାନ୍ତି କି ବନ୍ୟଜନ୍ତୁ ପାଇଁ ବିପଦ ସୃଷ୍ଟି କରୁଥିବା ୧୫୦ ଫୁଟ୍ ଗଭୀରର ପଥର ଖଣିକୁ ପୋତିବାର ବ୍ୟବସ୍ଥା ହେଉନି । ଅନ୍ୟ  ପକ୍ଷରେ ଲିଜ୍ ସରିବା ପରେ ମଧ୍ୟ ଏଠାରେ କିଛିଦିନ ପର୍ଯ୍ୟନ୍ତ ଖଣି କାର୍ଯ୍ୟ ଏବଂ କ୍ରସର ଚାଲୁଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ଇତି ମଧ୍ୟରେ ଜିଲ୍ଲାରେ ଚାଲୁ ରହିଥିବା ବଡ଼ ବଡ଼ ପ୍ରକଳ୍ପଗୁଡ଼ିକରେ ବ୍ୟବହାର ପାଇଁ ଉକ୍ତ କ୍ଵାରିକୁ ସଂରକ୍ଷିତ ରଖିବା  ନିମନ୍ତେ ସରକାରଙ୍କ ପକ୍ଷରୁ ବିଭାଗୀୟ ଚିଠି ସଂଖ୍ୟା ୨୧୪୫ ଓ ୨୦୨୧ ଜୁଲାଇ ୨୬ରେ ନିର୍ଦ୍ଦେଶ ହୋଇଥିବା ଜଣା ପଡ଼ିଛି । ନିର୍ଦ୍ଦେଶ ପରେ ମଧ୍ୟ ' ଲିଜଧାରୀ ସେଠାରୁ ସ୍ଥାନ ଛାଡ଼ି ନ ଯିବା ତହସିଲର ଭୂମିକାକୁ ସନ୍ଦେହ ମଧ୍ୟକୁ ଟାଣି ନେଉଛି । ଲିଜ୍ ସରିବାର ମାସେ ଦୁଇମାସ ମଧ୍ୟରେ ସମ୍ପୃକ୍ତ ପ୍ଲଟକୁ ଖାଲି କରିବାର ବିଧି ବ୍ୟବସ୍ଥା ଥିବାବେଳେ କେଉଁ ପରିସ୍ଥିତିରେ ଓ କାହିଁକି ଲିଜ୍‌ଧାରୀଙ୍କୁ ସେଠାରେ ରହିବା ନିମନ୍ତେ ଅଧିକ ସମୟ ଏବଂ ସୁଯୋଗ ଦିଆଯାଉଛି ତାହା ତଦନ୍ତ ସାପେକ୍ଷ ।  ଏ ବାବଦରେ ବାଂଶପାଳ ତହସିଲଦାର ସପନ କୁମାର ସାହୁଙ୍କୁ ପଚାରିବାରୁ ଆମ୍ବଡହରା ପଥର କ୍ଵାରିର ଲିଜ୍ ଅବଧି ସରିଛି । ଲିଜ୍‌ଧାରୀଙ୍କୁ ଏଠାରୁ ଶୀଘ୍ର ସମସ୍ତ ଜିନିଷପତ୍ର ନେବାକୁ ନୋଟିସ୍ କରାଯାଇଛି । ଲିଜ୍ ଅଞ୍ଚଳକୁ ଶୀଘ୍ର ଖାଲି ନ କଲେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଂଶପାଳ ତହସିଲଦାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos