ଖାଦ୍ୟ ପଦାର୍ଥ ବ୍ୟବସାୟୀ ଅନ୍‌ଲାଇନ୍‌ରେ କରିପାରିବେ ଲାଇସେନ୍ସ

ଭୁବନେଶ୍ୱର: ଖାଦ୍ୟ ପଦାର୍ଥ ବ୍ୟବସାୟୀମାନେ ଏଣିକି ଅନ୍‌ଲାଇନରେ ଲାଇସେନ୍ସ ଓ ପଞ୍ଜିକରଣ କରି ପାରିବେ। ଆଜି ସଚିବାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଦୀପ ଅମାତ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଶୁଭାରମ୍ଭ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଖାଦ୍ୟ ପ୍ରସ୍ତୁତୀ ସଂସ୍ଥା ତଥା ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଆଉ ହଇରାଣ ହେବାକୁ ପଡିବ ନାହିଁ। ସେମାନେ ନିଜ ଲାଇସେନ୍ସ ପାଇଁ ଆବଶ୍ୟକ କାଗଜପତ୍ର ନିର୍ଦ୍ଧାରିତ ଅଫିସ୍‌ […]

pradeepamata

Rakesh Mallick
  • Published: Wednesday, 21 December 2016
  • , Updated: 21 December 2016, 09:18 PM IST

ଭୁବନେଶ୍ୱର: ଖାଦ୍ୟ ପଦାର୍ଥ ବ୍ୟବସାୟୀମାନେ ଏଣିକି ଅନ୍‌ଲାଇନରେ ଲାଇସେନ୍ସ ଓ ପଞ୍ଜିକରଣ କରି ପାରିବେ। ଆଜି ସଚିବାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରଦୀପ ଅମାତ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଶୁଭାରମ୍ଭ କରିଛନ୍ତି।

ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଖାଦ୍ୟ ପ୍ରସ୍ତୁତୀ ସଂସ୍ଥା ତଥା ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ସେମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ଆଉ ହଇରାଣ ହେବାକୁ ପଡିବ ନାହିଁ। ସେମାନେ ନିଜ ଲାଇସେନ୍ସ ପାଇଁ ଆବଶ୍ୟକ କାଗଜପତ୍ର ନିର୍ଦ୍ଧାରିତ ଅଫିସ୍‌ ୱେବସାଟ୍‌ରେ ଅପ୍‌ଲୋଡ କରିପାରିବେ ଓ ସେମାନଙ୍କ ଦରଖାସ୍ତର ସ୍ଥିତି ସମ୍ପର୍କରେ ଜାଣି ପାରିବେ। ଏହର ଲାଇସେନ୍ସ ପ୍ରଦାନ ଓ ପଞ୍ଜିକରଣକୁ ସ୍ୱଚ୍ଛ ଓ ସରଳ କରିବ।

Related story