ଖଣ୍ଡପଡ଼ା ବିଡିଓଙ୍କୁ ଫୋନରେ ଧମକ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଡିଓ ସିପ୍ରା ସେଠୀଙ୍କୁ ଫୋନ୍‌ରେ ଗାଳିଗୁଲଜ ଦିଆଯାଉଛି। ଏନେଇ ସେ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅତିରିକ୍ତ ଏସ୍‌ପି ଶ୍ରୀଧର ପାଣି ଖଣ୍ଡପଡ଼ା ଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି। ୨ରୁ ୩ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପାଣି କହିଛନ୍ତି। ବିଡିଓ ସିପ୍ରାଙ୍କୁ କେହି ଅଜଣା ବ୍ୟକ୍ତି ବାରମ୍ୱାର ଫୋନ୍‌ରେ ଅଭଦ୍ର ଭାଷାରେ […]

khandapada bdo

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 11:16 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଡିଓ ସିପ୍ରା ସେଠୀଙ୍କୁ ଫୋନ୍‌ରେ ଗାଳିଗୁଲଜ ଦିଆଯାଉଛି। ଏନେଇ ସେ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅତିରିକ୍ତ ଏସ୍‌ପି ଶ୍ରୀଧର ପାଣି ଖଣ୍ଡପଡ଼ା ଯାଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି। ୨ରୁ ୩ ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପାଣି କହିଛନ୍ତି।

ବିଡିଓ ସିପ୍ରାଙ୍କୁ କେହି ଅଜଣା ବ୍ୟକ୍ତି ବାରମ୍ୱାର ଫୋନ୍‌ରେ ଅଭଦ୍ର ଭାଷାରେ ଗାଳି ଦେଉଥିଲେ। ଏପରିକି ବାରମ୍ୱାର ଫୋନ୍‌ କରୁଛନ୍ତି। ଏନେଇ ସେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।

Related story