ଇସ୍ପାତ ଶିଳ୍ପ ଓ ଖଣି ଉତ୍ତୋଳନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ଖଣି ମନ୍ତ୍ରୀ

ଭୁବନେଶ୍ୱର: ଇସ୍ପାତ ଶିଳ୍ପ ଓ ଖଣି ଉତ୍ତୋଳନ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଲୋଚନା କରିଛନ୍ତି। ରାଜ୍ୟର ୧୩ଟି ଜିଲ୍ଲାରେ ଡିଷ୍ଟ୍ରିକଟ୍ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ଗଠନ ହୋଇଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ ଏହାକୁ ଗଠନ କରିବା ଓ  ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ନାଲକୋର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଏକ ବକ୍ସାଇଟ ବ୍ଲକ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଥିବା […]

tomar

Rakesh Mallick
  • Published: Thursday, 07 January 2016
  • , Updated: 08 January 2016, 04:00 AM IST

ଭୁବନେଶ୍ୱର: ଇସ୍ପାତ ଶିଳ୍ପ ଓ ଖଣି ଉତ୍ତୋଳନ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଲୋଚନା କରିଛନ୍ତି। ରାଜ୍ୟର ୧୩ଟି ଜିଲ୍ଲାରେ ଡିଷ୍ଟ୍ରିକଟ୍ ମିନେରାଲ ଫାଉଣ୍ଡେସନ (ଡିଏମଏଫ) ଗଠନ ହୋଇଥିବା ବେଳେ ଅବଶିଷ୍ଟ ଜିଲ୍ଲାରେ ଏହାକୁ ଗଠନ କରିବା ଓ  ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି।

ନାଲକୋର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଏକ ବକ୍ସାଇଟ ବ୍ଲକ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଥିବା ତୋମାର ସୂଚନା ଦେଇଛନ୍ତି। ତେବେ ଆଲୋଚନାରେ ପୋସ୍କୋ ପ୍ରକଳ୍ପ ପ୍ରସଙ୍ଗ ସ୍ଥାନ ପାଇ ନ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତୋମାର ନାଲକୋ ପ୍ରତିଷ୍ଟା ଦିବସ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି। ପୂର୍ବରୁ ସେ ଭୁବନେଶ୍ୱରରେ ଆଇବିଏମ୍ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ସାଟେଲାଇଟ ମାଧ୍ୟମରେ ଖଣିର ତଦାରଖ କରାଯିବ ଓ ଏ ନେଇ ଇସ୍ରୋ ଓ ଆଇବିଏମ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ ବୋଲି କେନ୍ଦ୍ର ଖଣି ସଚିବ କହିଥିଲେ।

Related story