ଖଣିଜ ପରିବହନ ଧର୍ମଘଟ ପ୍ରସଙ୍ଗ:  ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ ବେଆଇନ, ଏସମା ଲାଗୁ

ଭୁବନେଶ୍ୱର: ଖଣିଜ ପରିବହନ ଦର ପ୍ରସଙ୍ଗରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଟିପର ଓ ଟ୍ରକ ମାଲିକ ସଂଘ ପକ୍ଷରୁ ଚାଲିଥିବା ଧର୍ମଘଟକୁ ବେଆଇନ୍  ଦର୍ଶାଇ ଏହା ଉପରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ସୂଚନା ଦେଇଛନ୍ତି। ଏସମା ଲାଗୁ ପାଇଁ ଖଣି ଓ ଇସ୍ପାତ ବିଭାଗ ପ୍ରସ୍ତାବ ଦେଇଥିଲା। ଖଣିଜ ପଦାର୍ଥ ପରିବହନ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ […]

truck

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 03:48 AM IST

ଭୁବନେଶ୍ୱର: ଖଣିଜ ପରିବହନ ଦର ପ୍ରସଙ୍ଗରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଟିପର ଓ ଟ୍ରକ ମାଲିକ ସଂଘ ପକ୍ଷରୁ ଚାଲିଥିବା ଧର୍ମଘଟକୁ ବେଆଇନ୍  ଦର୍ଶାଇ ଏହା ଉପରେ ଏସମା ଲାଗୁ କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଲଳିତ ଦାସ ସୂଚନା ଦେଇଛନ୍ତି। ଏସମା ଲାଗୁ ପାଇଁ ଖଣି ଓ ଇସ୍ପାତ ବିଭାଗ ପ୍ରସ୍ତାବ ଦେଇଥିଲା। ଖଣିଜ ପଦାର୍ଥ ପରିବହନ ବନ୍ଦ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ଘଟୁଛି ଏବଂ ଖଣିଜ ଉତ୍ପାଦନ ଓ ଖଣି ରୟାଲିଟି ଉପରେ ପ୍ରଭାବ ପଡୁଛି। ସେହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓଡ଼ିଶା ଜରୁରୀ ସେବା ଆଇନ୍ ବା ଏସମା ଲାଗୁ କରିଛନ୍ତି। ଏହି ଏସମା ଆସନ୍ତା ୬ମାସ ପାଇଁ ବଳବତ୍ତର ରହିବ। ଆଇନ୍ ଅନୁସାରେ ଗୃହ ବିଭାଗକୁ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଗତ ୨୦ତାରିଖରୁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ଟ୍ରକ ଓ ଟିପର ମାଲିକ ସଂଘ ଧର୍ମଘଟ ଚଳାଇଛି।

Related story