ହେତୁବାଦୀଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀ  ମୁହାଁମୁହିଁ ଘଟଣାରେ ୮ ଜଣଙ୍କୁ ବାନ୍ଧିଛି ଖାରବେଳ ନଗର ଥାନା ପୁଲିସ। ଲୋହିଆ ଏକାଡେମୀରେ ବଳପୂର୍ବକ ପଶିବା ଓ  ‌ଆକ୍ରମଣ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ  ଗିରଫ କରିଛି। ଗତକାଲି ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହା ସହିତ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା। ତେବେ ସେମାନଙ୍କର କାର୍ଯ୍ୟକ୍ରମ […]

BBsR

  • Published: Wednesday, 09 November 2022
  • , Updated: 09 November 2022, 01:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀ  ମୁହାଁମୁହିଁ ଘଟଣାରେ ୮ ଜଣଙ୍କୁ ବାନ୍ଧିଛି ଖାରବେଳ ନଗର ଥାନା ପୁଲିସ। ଲୋହିଆ ଏକାଡେମୀରେ ବଳପୂର୍ବକ ପଶିବା ଓ  ‌ଆକ୍ରମଣ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ  ଗିରଫ କରିଛି।

ଗତକାଲି ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା। ଏହା ସହିତ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା। ତେବେ ସେମାନଙ୍କର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ବିରୋଧ କରି ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଅଟକ ରଖିଥିଲା। ଆଜି ସେମାନଙ୍କୁ ଗିରଫ କରାଯାଇଛି।

Related story