କୋରାପୁଟରେ ଆଜିଠୁ ଖରିଫ ଧାନ ସଂଗ୍ରହ

Ordigital Desk
  • Published: Saturday, 02 December 2017
  • , Updated: 02 December 2017, 09:02 AM IST
<p>କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡରେ ଆଜିଠୁ ଆରମ୍ଭ ହେଉଛି ଖରିଫ ଧାନ ମଣ୍ଡି। ମଣ୍ଡିରେ ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ଚଳତି ବର୍ଷ ଖରିଫ୍ ଋତୁରେ ପ୍ରଥମ ପର୍ଯ୍ୟାୟରେ ଜୟପୁର ଉପଖଣ୍ଡର ୩୮ଟି ଓ କୋରାପୁଟ ଉପଖଣ୍ଡର ୮ଟି ମଣ୍ଡି ଜରିଆରେ ମୋଟ ୧୩ ଲକ୍ଷ ୪୭ ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଯୋଜନା ହୋଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।</p> <p>ଧାନ ସଂଗ୍ରହ ପୂର୍ବରୁ ମଣ୍ଡିକୁ ନେଇ ଜିଲ୍ଲାର କିଛି ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ୪ଟି ମଣ୍ଡି ବନ୍ଦକୁ ନେଇ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଣ୍ଡି ବନ୍ଦ ଦ୍ୱାରା ଚାଷୀମାନେ କ୍ଷତି ଓ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣାଇଛନ୍ତି। ଏସବୁ ମଣ୍ଡି ତୁରନ୍ତ ଖୋଲା ନ ଗଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।</p> <p>&amp;nbsp;</p>

Related story